Chief Minister of Odisha

Joined January 2019
4,162 Photos and videos
Pinned Tweet
ଲୋକଙ୍କ ସରକାରର ସଫଳତାର ଦୁଇ ବର୍ଷ ପୂରଣ ଅବସରରେ ଓଡ଼ିଶାର ‘ନାରୀଶକ୍ତି’ ସାଜିଛନ୍ତି ପ୍ରଗତିର ପ୍ରମୁଖ ସାରଥୀ। ବିକଶିତ ଓଡ଼ିଶାର ସୁଦୃଢ଼ ସେତୁ ଭାବେ ଆଜି ଆମ ମାତୃଶକ୍ତି ନିଜ ସ୍ୱାଭିମାନର ନୂଆ ପରିଚୟ ସୃଷ୍ଟି କରୁଛନ୍ତି। ଐତିହାସିକ ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା ସହ ବ୍ୟାପକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ସୃଷ୍ଟି କରି ଓଡ଼ିଶା ଆଜି ସାରା ଦେଶରେ ମହିଳା ସ୍ୱାବଲମ୍ବନ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଛି। ଏହା ସହିତ ଆମ ସୁବାହକ ଯୋଜନା, କନ୍ୟା ସୁ-ମଙ୍ଗଳ, ଶକ୍ତିଶ୍ରୀ ଆପ୍ ଏବଂ କର୍ମଜୀବୀ ମହିଳାଙ୍କ ପାଇଁ ଅତିରିକ୍ତ ଋତୁସ୍ରାବ ଛୁଟି ଭଳି ଯୁଗାନ୍ତକାରୀ ପଦକ୍ଷେପ ମାଧ୍ୟମରେ ଆମେ ପ୍ରତ୍ୟେକ ମହିଳାଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିଛୁ। "ସଶକ୍ତ ନାରୀ, ସମୃଦ୍ଧ ଓଡ଼ିଶା"ର ପବିତ୍ର ସଂକଳ୍ପକୁ ସାକାର କରି ପ୍ରଗତିର ନୂଆ ଇତିହାସ ରଚିବା ପାଇଁ ଆମ ସରକାର ସଦାସର୍ବଦା ପ୍ରତିବଦ୍ଧ। #2YearsofLokankaSarakar #BikasharaDharaOdishaSara #2YearsofNariShakti
22
10
39
1,921
On World Blood Donor Day, I extend my heartiest gratitude to all voluntary blood donors whose selfless contribution saves lives and offers hope to countless families. Let us continue to promote regular blood donation and strengthen the spirit of service and humanity in our society.
2
3
10
285
ରାଜ୍ୟର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ ପ୍ରଦାନ କରିବା ସହ ଜୀବନକୁ ସୁଖ ସମୃଦ୍ଧିରେ ଭରି ଦିଅନ୍ତୁ। ରାଜ୍ୟ ଓ ରାଜ୍ୟବାସୀଙ୍କ ପ୍ରଗତି ତଥା କଲ୍ୟାଣ ପାଇଁ ଆପଣଙ୍କ ଏହି ଜନସେବା ଯାତ୍ରା ଆହୁରି ଶକ୍ତିଶାଳୀ ହେଉ। @KVSinghDeo1
4
1
13
274
ପ୍ରିୟ ଓଡ଼ିଶାବାସୀ, ଭାଇ ଓ ଭଉଣୀମାନେ, ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, ମୃତ୍ତିକା ଓ ମାତୃଶକ୍ତିର ଅନନ୍ୟ ମହାମିଳନର ମହାଗଣପର୍ବ ‘ରଜ’ ଅବସରରେ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ରଜ କେବଳ ପରିବର୍ତ୍ତିତ ଋତୁଚକ୍ରର ଆବାହନୀ ନୁହେଁ; ଏହା ଆମ ସନାତନ ଚେତନାର ଏକ ମହାନ ସାଂସ୍କୃତିକ ସଂସ୍କାର, ପ୍ରକୃତି ପ୍ରତି କୃତଜ୍ଞତା ଓ ନାରୀତ୍ୱ ପ୍ରତି ଗଭୀର ସମ୍ମାନର ଅନନ୍ୟ ଅଭିବ୍ୟକ୍ତି। ଏହି ପରମ୍ପରା ନାରୀତ୍ୱର ପବିତ୍ରତା, ସୃଜନର ସାମର୍ଥ୍ୟ ଏବଂ ମାତୃତ୍ୱର ଗରିମାକୁ ସର୍ବୋଚ୍ଚ ଆସନ ପ୍ରଦାନ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ଏକ ସ୍ୱତନ୍ତ୍ର ଉଚ୍ଚତାରେ ପ୍ରତିଷ୍ଠିତ କରିଛି। ଆମ ସାଂସ୍କୃତିକ ବିଶ୍ୱାସ ଅନୁଯାୟୀ, ସ୍ୱୟଂ ଭୂଦେବୀ ଏହି ତିନିଦିନ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି। ପ୍ରକୃତିର ଏହି ସର୍ଜନାତ୍ମକ ବିଶ୍ରାମକୁ ସମ୍ମାନ ଜଣାଇ ଆମ ଅନ୍ନଦାତାମାନେ କୃଷି କାର୍ଯ୍ୟ ସ୍ଥଗିତ ରଖି ମାଟି ମା'ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି। ସେହିପରି, ପ୍ରତ୍ୟେକ ଓଡ଼ିଆ ପରିବାରରେ କନ୍ୟା, ମା' ଓ ଭଉଣୀମାନଙ୍କୁ ଦୈନନ୍ଦିନ ଦାୟିତ୍ୱରୁ ମୁକ୍ତି ଦେଇ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଆନନ୍ଦର ମହୋତ୍ସବ ଭାବେ ଏହି ପର୍ବକୁ ପାଳନ କରାଯାଏ। ଯେଉଁ ସଂସ୍କୃତି ଆଗାମୀ ସୃଜନ ପାଇଁ ବିଶ୍ରାମର ଆବଶ୍ୟକତାକୁ ସ୍ୱୀକାର କରେ, ସେହି ସଂସ୍କୃତିର ଉତ୍ତରାଧିକାରୀ ଭାବେ ଏହି ମାନବୀୟ ଓ ବୈଜ୍ଞାନିକ ଦର୍ଶନକୁ ଆଧାର କରି ଆଜି ଆମ ଶାସନ ବ୍ୟବସ୍ଥାରେ ମଧ୍ୟ ମାତୃଶକ୍ତିର ଗରିମା ଓ ସ୍ୱାଭିମାନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ସେହି ଚିନ୍ତାଧାରାର ପ୍ରତିଫଳନ ସ୍ୱରୂପ କର୍ମଜୀବୀ ଭଉଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅତିରିକ୍ତ ସାମୟିକ ଛୁଟିର ଐତିହାସିକ ବ୍ୟବସ୍ଥା କରାଯାଇଛି। ସେହିପରି ଆମ ପରିଶ୍ରମୀ ଚାଷୀ ଭାଇମାନଙ୍କ ସ୍ୱେଦବିନ୍ଦୁକୁ ସମୃଦ୍ଧିର ଶସ୍ୟରେ ପରିଣତ କରି ସେମାନଙ୍କ ଜୀବନରେ ପ୍ରଗତି ଓ ସମ୍ମାନର ନୂତନ ଅଧ୍ୟାୟ ରଚନା କରିବା ପାଇଁ ଆମେ ସଂକଳ୍ପବଦ୍ଧ। ରଜ ଦୋଳିର ଉତ୍ତାଳ ଛନ୍ଦରେ ଆହୁରି ଗତିଶୀଳ ହେଉ ଆମ ବିକାଶର ଯାତ୍ରା, ପୋଡ଼ପିଠାର ମଧୁର ମହକରେ ମହକି ଉଠୁ ଆମର ସାମାଜିକ ସଦ୍ଭାବ ଓ ପାରିବାରିକ ବନ୍ଧନ; ରଜ ପାନର ମାଧୁର୍ଯ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଭରିଦେଉ ନୂତନ ଆଶା, ନୂତନ ଉତ୍ସାହ ଓ ନୂତନ ସଂକଳ୍ପର ଉଲ୍ଲାସ। ଆସନ୍ତୁ, ମା' ବସୁମତୀଙ୍କ ଆଶୀର୍ବାଦ କାମନା କରି ଏକ ସମୃଦ୍ଧ, ସ୍ୱାଭିମାନୀ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପୁନର୍ବାର ଦୃଢ଼ ସଂକଳ୍ପ ନେବା। ଜୟ ଜଗନ୍ନାଥ!
4
5
33
733
ଲୋକଙ୍କ ସରକାରରେ ସୁଲଭ, ସୁରକ୍ଷିତ ଓ ସମ୍ମାନଜନକ ରହଣୀକୁ ମିଳୁଛି ଗୁରୁତ୍ୱ । ଭୁବନେଶ୍ୱର ଜନପଥରେ ₹୮୭୪ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ୨୦ ମହଲା ବିଶିଷ୍ଟ ଅତ୍ୟାଧୁନିକ ଜନାଶ୍ରୟ ଭବନ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକଙ୍କୁ ଯୋଗାଇବ ନିରାପଦ, ସୁବିଧାଯୁକ୍ତ ଓ ସ୍ୱଳ୍ପକାଳୀନ ରହଣୀ ସୁବିଧା । ଏକକାଳୀନ ୨୦୦୦ ଲୋକଙ୍କ ରହଣୀ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ଲୋକସେବା ଓ ଜନକଲ୍ୟାଣ ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତାର ଆଉ ଏକ ଦୃଢ଼ ପ୍ରମାଣ । #2YearsofLokankaSarakar #BikasharaDharaOdishaSara
15
9
43
2,022
Progress is not an event. It is a continuous journey. This week, Odisha took another stride forward through reforms, investments, infrastructure, and people-first governance. A look back at a week of delivery that is shaping a stronger Odisha. #2YearsofLokankaSarakar #BikasharaDharaOdishaSara
5
7
21
720
ସମୃଦ୍ଧ ଓଡ଼ିଶା ଗଠନରେ ମହିଳା ଓ ଶିଶୁ ବିକାଶକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ଅଙ୍ଗନବାଡ଼ିରେ ଡିଜିଟାଲ୍ ସେବା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଏବଂ ବ୍ଲକ୍ ସଂଯୋଜକମାନଙ୍କ ପାଇଁ ସ୍ମାର୍ଟ ଫୋନ ପ୍ରଦାନର ଶୁଭାରମ୍ଭ ହୋଇଛି । #2YearsofLokankaSarakar #BikasharaDharaOdishaSara
10
12
47
1,970
Clear vision, decisive action. The State Cabinet's latest decisions focus on accelerating development, strengthening rural infrastructure, and unlocking new opportunities for our youth. We are steadily transforming our shared vision for the state into reality. #OdishaCabinet
4
11
32
1,522
Mohan Charan Majhi retweeted
ଦେଶ ସେବାରେ ସମର୍ପିତ ଜୀବନ ! ଏମିତି ଜଣେ କର୍ମଯୋଗୀଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା, ଯିଏ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ନିଃସ୍ୱାର୍ଥପର ଭାବରେ ଭାରତ ମାତାଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି । ଭାରତ ମାତାଙ୍କ ପ୍ରତି ତାଙ୍କର ଉତ୍ସର୍ଗ ମନୋଭାବକୁ ସମ୍ମାନଜନକ ଭାବେ ପ୍ରଣାମ ଜଣାଉଛୁ । 🙏
6
7
28
744
ଋଷିଆରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ପ୍ରତିଷ୍ଠିତ ‘ଋଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ୍ ମାଷ୍ଟର କପ୍’ ଜିତିଥିବାରୁ ଓଡ଼ିଶାର ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ସାଧୁବାଦ। ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ଭାବେ ସେ ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତା, ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଅନନ୍ୟ କଳା ଐତିହ୍ୟର ଜୟଯାତ୍ରାକୁ ଆହୁରି ଗୌରବାନ୍ୱିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ୍ ୱାର୍ମିଂ ଭଳି ସଂକଟଜନକ ବିଶ୍ୱସ୍ତରୀୟ ସମସ୍ୟା ଉପରେ ନିଜ ବାଲୁକା କଳା ମାଧ୍ୟମରେ ସେ ଦେଇଥିବା ସଚେତନତାର ବାର୍ତ୍ତା ବେଶ୍ ପ୍ରଶଂସନୀୟ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଜୀବନ ଓ ଉତ୍ତରୋତ୍ତର କଳା ସାଧନାର କାମନା କରୁଛି। @sudarsansand
3
8
86
2,469
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷର ବିକାଶ ଯାତ୍ରା ଭାରତର ଯୁବଶକ୍ତି ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ପ୍ରମାଣିତ ହୋଇଛି। ଆଜିର ଯୁବପିଢ଼ି କେବଳ ସ୍ୱପ୍ନ ଦେଖୁନାହାନ୍ତି, ବରଂ ସେହି ସ୍ୱପ୍ନକୁ ସାକାର କରି ‘ବିକଶିତ ଭାରତ’ର ମୂଳଦୁଆ ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସ୍କିଲ୍ ଇଣ୍ଡିଆ ମିଶନ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୁବପିଢ଼ିଙ୍କ ପାଇଁ ସ୍ୱାବଲମ୍ବନର ନୂତନ ପଥ ପ୍ରଶସ୍ତ କରିଛି। ଆଜିର ଯୁବକ କେବଳ ଚାକିରି ଅନ୍ୱେଷଣକାରୀ ନୁହନ୍ତି, ବରଂ ନିଯୁକ୍ତି ସୃଷ୍ଟିକାରୀ (Job Creator) ଭାବେ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧିରେ ସକ୍ରିୟ ଅଂଶୀଦାର ହୋଇଛନ୍ତି। ଓଡ଼ିଶାର ଯୁବଶକ୍ତି ମଧ୍ୟ ବୈଷୟିକ ଜ୍ଞାନ ଓ ନବସୃଜନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ ପୂର୍ବକ ରାଜ୍ୟର ବିକାଶକୁ ନୂତନ ଦିଗ ପ୍ରଦାନ କରୁଛନ୍ତି। ଆମ ରାଜ୍ୟର ଯୁବ ସମାଜ ଆଜି ଟେକ୍ନୋଲୋଜି ଓ ଉଦ୍ୟମିତାରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି, ଯାହା 'ସମୃଦ୍ଧ ଓଡ଼ିଶା'ର ପରିକଳ୍ପନାକୁ ସାକାର କରୁଛି। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ‘ଖେଲୋ ଇଣ୍ଡିଆ’ ଭଳି ପଦକ୍ଷେପ ବହୁ ପ୍ରତିଭାବାନ୍ ଯୁବକ-ଯୁବତୀଙ୍କୁ ବିଶ୍ୱସ୍ତରୀୟ ମଞ୍ଚରେ ନିଜର ସାମର୍ଥ୍ୟ ପ୍ରଦର୍ଶନର ସୁଯୋଗ ପ୍ରଦାନ କରିଛି। ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଭାରତୀୟ ଖେଳାଳିଙ୍କ ସଫଳତା ଆଜି ସମଗ୍ର ଦେଶ ପାଇଁ ଗର୍ବର ବିଷୟ ହୋଇଛି, ଯାହା ଯୁବପିଢ଼ିର ଅଦମ୍ୟ ଆତ୍ମବିଶ୍ୱାସ ଓ ସଂକଳ୍ପର ପ୍ରତିଫଳନ। ଓଡ଼ିଶା ଆଜି ଦେଶର କ୍ରୀଡ଼ା ହବ୍ ଭାବେ ଉଭା ହୋଇଥିବା ବେଳେ ଆମର ଖେଳାଳିମାନେ ମଧ୍ୟ ଦେଶ ପାଇଁ ଅନେକ ପଦକ ଆଣି ଗୌରବାନ୍ୱିତ କରୁଛନ୍ତି। ଏହି ଅମୃତ କାଳରେ ଯୁବପିଢ଼ିଙ୍କ ଉତ୍ସାହ, ଅଧ୍ୟବସାୟ ଓ କର୍ମକୁଶଳତା ଆଗାମୀ ଦିନରେ ଭାରତକୁ ବିଶ୍ୱର ଅଗ୍ରଣୀ ଶକ୍ତି ଭାବେ ପ୍ରତିଷ୍ଠିତ କରିବ। ସୁଦୃଢ଼ ଓ ବିକଶିତ ଭାରତ ଗଠନରେ ଆମର ଏହି ଯୁବପିଢ଼ି ହିଁ ହେଉଛନ୍ତି ସର୍ବଶ୍ରେଷ୍ଠ ସାରଥୀ। #12YearsOfYuvaShakti
10
5
32
1,325
Two years of trust. Two years of transformation. Guided by the blessings of Mahaprabhu Shri Jagannath and the aspirations of 4.5 crore Odias, we continue our journey towards a stronger, inclusive, and Samruddha Odisha. #2YearsofLokankaSarakar #BikasharaDharaOdishaSara
9
11
43
1,438
Warm birthday wishes to Hon'ble Union Minister Shri @PiyushGoyal Ji. May Mahaprabhu Shri Jagannath bless you with good health, happiness, and continued success as you serve the nation with dedication and commitment. Wishing you a year filled with new achievements and fulfilment.
7
5
60
1,400
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନ ଏବଂ ଆମ ସରକାରଙ୍କ ଦୃଢ ନେତୃତ୍ବରେ ଓଡ଼ିଶାରେ ସୁଶାସନର ଏହି ଦୁଇ ବର୍ଷ ରାଜ୍ୟ ପ୍ରଗତିର ଏକ ନୂଆ ଅଧ୍ୟାୟ ରଚନା କରିଛି। ବିକାଶର ଏହି ମହାନ ଯାତ୍ରାରେ ମହିଳା ସଶକ୍ତିକରଣ, କୃଷକ କଲ୍ୟାଣ, ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ସୁଦୃଢ ଭିତ୍ତିଭୂମିର ବିକାଶ ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଆସୁଛୁ। ପ୍ରତିଟି ନାଗରିକଙ୍କ ସେବା ଓ କଲ୍ୟାଣ ପାଇଁ ସରକାର ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ। ଆସନ୍ତୁ, ସମସ୍ତେ ମିଶି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ଏହି ଯାତ୍ରାକୁ ଆହୁରି ଆଗକୁ ନେବା। #2YearsofLokankaSarakar #BikasharaDharaOdishaSara
536
39
488
1,086,831
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦରୁ ରାଜ୍ୟବାସୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହୋଇଛି 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା'। ଡବଲ ଇଞ୍ଜିନ ସରକାରଙ୍କ ମିଳିତ ପ୍ରୟାସରେ ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ୫ କିଲୋ ସହିତ ରାଜ୍ୟର ଅତିରିକ୍ତ ୫ କିଲୋ ମିଶି, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଏବେ ପ୍ରତି ମାସରେ ମୋଟ ୧୦ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ କରାଯିବ । ସେବା ଓ ସମର୍ପଣର ଏହି ମହା ସଂକଳ୍ପ ମାଧ୍ୟମରେ ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ପରିବାରକୁ ସ୍ୱାବଲମ୍ବୀ ଓ ସୁରକ୍ଷିତ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। #2YearsofLokankaSarakar #BikasharaDharaOdishaSara
8
12
47
2,250
ଲୋକଙ୍କ ସରକାରରେ ଖାଦ୍ୟ ସୁରକ୍ଷାକୁ ମିଳୁଛି ପ୍ରାଥମିକତା । ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ NFSA ଓ SFSS ହିତାଧିକାରୀଙ୍କୁ ମୁଣ୍ଡପିଛା ପ୍ରତିମାସ ମିଳିବ ଅତିରିକ୍ତ ୫ କି.ଗ୍ରା. ନିଃଶୁଳ୍କ ଚାଉଳ । ୩ କୋଟିରୁ ଅଧିକ ହିତାଧିକାରୀ ଏହାର ସିଧାସଳଖ ଲାଭ ପାଇବେ । #2YearsofLokankaSarakar #BikasharaDharaOdishaSara
7
23
99
3,210
ବିକାଶର ମୂଳଦୁଆ ହେଉଛି ମୌଳିକ ସୁବିଧା । ପ୍ରତ୍ୟେକ ଗ୍ରାମକୁ ବିଜୁଳି, ବିଶୁଦ୍ଧ ପାନୀୟ ଜଳ ଏବଂ ସବୁଦିନିଆ ସଡ଼କ ସଂଯୋଗ ପହଞ୍ଚାଇବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ । ‘ମିଶନ ପାୱାର’ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଗ୍ରାମରେ ମୌଳିକ ସୁବିଧା ସୁନିଶ୍ଚିତ କରିବା ଲକ୍ଷ୍ୟରେ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । #2YearsofLokankaSarakar #BikasharaDharaOdishaSara
5
8
31
956
ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ଦିଗରେ ଐତିହାସିକ ପଦକ୍ଷେପ ନେଇଛନ୍ତି । କେଜିରୁ ପିଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ବିଶେଷକରି ଆର୍ଥିକ ଭାବେ ପଛୁଆ ବର୍ଗ ଉପକୃତ ହେବେ । #2YearsofLokankaSarakar #BikasharaDharaOdishaSara
18
11
49
1,838
ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନସହଭାଗିତା ହିଁ ଆମ ସରକାରର ପରିଚୟ । ଲୋକତନ୍ତ୍ରରେ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବା ସରକାରର ଦାୟିତ୍ୱ । ଜନତାଙ୍କ ବିଶ୍ୱାସ ଓ ଆଶା-ଆକାଂକ୍ଷାକୁ ପାଥେୟ କରି ବିକଶିତ ଓଡ଼ିଶା ଗଠନ ଦିଗରେ ଆମର ପ୍ରୟାସ ନିରନ୍ତର ଜାରି ରହିବ । #2YearsofLokankaSarakar #BikasharaDharaOdishaSara
15
7
29
1,070
ଦୁଇ ବର୍ଷରେ ଲୋକଙ୍କ ବିଶ୍ୱାସ, ଲୋକଙ୍କ ସହଭାଗିତା ଓ ଲୋକଙ୍କ ବିକାଶକୁ ସାଥୀ କରି ଆଗେଇଛି ଆମ ସରକାର । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ମାର୍ଗଦର୍ଶନ ଏବଂ ଡବଲ୍ ଇଞ୍ଜିନ ସରକାରର ଡବଲ୍ ଇମ୍ପାକ୍ଟ ସହ ଓଡ଼ିଶା ଆଜି ବିକାଶର ନୂଆ ଅଧ୍ୟାୟ ଲେଖୁଛି । ସମୃଦ୍ଧ ଓଡ଼ିଶା-୨୦୩୬ର ଲକ୍ଷ୍ୟ ନେଇ ଆମର ଯାତ୍ରା ଜାରି ରହିଛି । ଜନତାଙ୍କ ଆଶୀର୍ବାଦ ଓ ସହଯୋଗ ହିଁ ଆମର ସବୁଠାରୁ ବଡ଼ ଶକ୍ତି । #2YearsofLokankaSarakar #BikasharaDharaOdishaSara
17
12
59
1,324