Joined June 2020
1,662 Photos and videos
ଗଭୀର କୂଅରୁ ଗାଈକୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ; ଫେରିଲା ମହିଳାଙ୍କ ଏକମାତ୍ର ଜୀବିକାର ସାହାରା ​ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି. ୭୯ ଗ୍ରାମରେ ପୋଡ଼ିଆ ଅଗ୍ନିଶମ ବାହିନୀ ପକ୍ଷରୁ ଏକ ଉଦ୍ଧାର କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି । ଆଜି ଅପରାହ୍ନରେ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଏକ ଗାଈ
1
85
କୂଅରେ ପଡ଼ିଯାଇଥିବା ନେଇ ସୂଚନା ପାଇବା ମାତ୍ରେ, ଅଗ୍ନିଶମ ସେବା କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଈଟି ଜଣେ ମହିଳାଙ୍କର ଥିଲା, ଯାହାକି ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଏକମାତ୍ର ସାହାରା ଏବଂ ରୋଜଗାରର ମାଧ୍ୟମ ଥିଲା ।
1
41
ଅଗ୍ନିଶମ ବାହିନୀ ଦୀର୍ଘ ୪ ଘଣ୍ଟାର କଠିନ ପରିଶ୍ରମ ପରେ ପ୍ରାୟ ୮ ଫୁଟ ଗଭୀର ସଂକୀର୍ଣ୍ଣ କୂଅ ଭିତରେ ଥିବା ଗାଈଟିକୁ ଅତି ସାବଧାନତାର ସହ କୌଣସି ଆଘାତ ନପହଞ୍ଚାଇ, ସୁରକ୍ଷିତ ଭାବେ ଉପରକୁ ଆଣିଥିଲେ । ନିଜର ଏକମାତ୍ର ସମ୍ବଳକୁ ସୁରକ୍ଷିତ ଫେରିପାଇବା ପରେ ମହିଳା ଜଣଙ୍କ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।
30
ଯାଜପୁର ସହରରେ ଏକ ଟେଣ୍ଟ ହାଉସରେ ନିଆଁ: ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ ​ଯାଜପୁର ସହରର ଏକ ଟେଣ୍ଟ ହାଉସରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଯାଜପୁର ଏବଂ ଦଶରଥପୁର ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବେ ନିଆଁକୁ ଆୟତ୍ତ କରିଛନ୍ତି।
1
1
78
ଏହି କାର୍ଯ୍ୟରେ ଦୁଇଟି ଗାଡ଼ି (MFE 03 ଏବଂ ଟ୍ରେଲର ପମ୍ପ 01) ବ୍ୟବହାର କରାଯାଇ ପାଣି ଓ ଫୋମ୍ ସାହାଯ୍ୟରେ ନିଆଁକୁ ସମ୍ପୂର୍ଣ ଭାବରେ ଲିଭାଯାଇଛି । ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇନାହାନ୍ତି। #fireincidentrescue #odishafireservice #WeServeToSave
1
43
ଢେଙ୍କାନାଳ ଅଗ୍ନିଶମ ବାହିନୀ ଦ୍ୱାରା ପ୍ରଶଂସନୀୟ କାର୍ଯ୍ୟ: ୫୦ ଫୁଟ ଗଭୀର ପାଣି ଟାଙ୍କି ଉପରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ​ଢେଙ୍କାନାଳ ସହରର ଡେରାସିଂହ ଅଞ୍ଚଳରେ ପ୍ରାୟ ୫୦ ରୁ ୫୫ ଫୁଟ ଉଚ୍ଚ ଏକ ପାଣି ଟାଙ୍କି ଉପରେ ଫସି ରହିଥିବା ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଅଗ୍ନିଶମ ଦଳ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
1
2
292
ଜରୁରୀକାଳୀନ ସେବା ନମ୍ବର ୧୧୨ ଯୋଗେ ​ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟିମ୍ ଲିଡର ଷ୍ଟେସନ ଅଫିସର ଶ୍ରୀ ଦେବେନ୍ଦ୍ର ସିଂଙ୍କ ନେତୃତ୍ୱରେ ମୋଟ ୮ ଜଣ ଅଗ୍ନିଶମ କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ହୋଇ ଯୁବକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି।
1
85
ଅଗ୍ନିଶମ ବାହିନୀର ଏଭଳି ତ୍ୱରିତ ଓ ସାହସିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି। #humanrescue #odishafireservice #WeServeToSave
1
37
Odisha Fire Service Extinguishes Truck Fire in Sinapali In a swift and coordinated operation, personnel from the Sinapali Fire Station successfully controlled and extinguished a major truck fire near Ghantiguda today.
2
94
Given the intensity of the blaze, two trips of water were utilized. Demonstrating excellent inter-district coordination, the local team was actively supported by reinforcement teams from Golamunda Fire Station (Kalahandi) and Buden Fire Station (Nuapada).
1
42
Upon receiving the emergency call the firefighting team showed exemplary alertness, mobilizing their vehicle within just one minute. Braving the urgency, the team arrived at the incident spot and immediately launched the firefighting operation on the burning truck.
27
କଟକ ଖାନନଗରରେ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ: ଅଗ୍ନିଶମ ବାହିନୀ ଦ୍ଵାରା ନିଆଁ ଆୟତ୍ତ କଟକ ଜିଲ୍ଲା ଖାନନଗରରେ ଏକ ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ ଘଟିଥିବା ନେଇ ରାଜ୍ୟ ନିୟନ୍ତ୍ରଣ କକ୍ଷରୁ ସୂଚନା ପାଇ କଟକ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଖାନନଗର ନୂଆ ବସଷ୍ଟାଣ୍ଡରେ ପହଞ୍ଚିଥିଲେ।
1
4
271
ଅଗ୍ନିଶମ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ କରି ରାତି ବିଳମ୍ବ ରାତିରେ ପାଣି ଓ ଫୋମ ବ୍ୟବହାର କରି ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିଥିଲେ । ଏହି ଦୁର୍ଘଟଣାରେ କୌଣସି ଧନଜୀବନ ହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ।
72
Kalabaisakhi update Date: 06-06-2026 Place of incident : Indian overseas bank,Sahid nagar, Bhubaneswar Time : 8:49PM Operation : Tree cutting & road clearance Fire station : Pahala Fire station @CMO_Odisha @osdmaodisha
120