aguea asia
Deepali Das
@deepalidas95
Joined December 2019
Tweets
3,357
Following
30
Followers
10,052
Likes
351
2,897 Photos and videos
2,897 Photos and videos
Tweets
Deepali Das
@deepalidas95
Jun 15
ଝାରସୁଗୁଡ଼ାର ଇବ୍ ନଦୀରେ ବୁଡ଼ି ପଙ୍କଜ କୁମାର ସାହୁ ଓ ଗିରିଜା ଶଙ୍କର ସାହୁଙ୍କ ଅକାଳ ବିୟୋଗ ସମ୍ବାଦ ଅତ୍ୟନ୍ତ ଦୁଃଖଦ ଓ ମର୍ମନ୍ତୁଦ। ଏହି ଅଭାବନୀୟ ଘଟଣା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଅଭିଯୋଗ ଉଠିଥିବାରୁ ଘଟଣାର ତ୍ୱରିତ, ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ। ସତ୍ୟ ସାମ୍ନାକୁ ଆସିବା ସହିତ ଯଦି କୌଣସି ପ୍ରକାର ଅବହେଳା ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ପରଲୋକଗତ ଦୁଇ ଯୁବକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।
1
2
18
446
Deepali Das
@deepalidas95
Jun 14
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହାପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମାତା ବସୁମତୀଙ୍କ ସୃଜନଶୀଳତା, ପ୍ରକୃତିର ନବଜାଗରଣ ଓ ଆନନ୍ଦର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ଉଲ୍ଲାସ ଓ ନୂତନ ଆଶାର ସଞ୍ଚାର କରୁ।
2
33
402
Deepali Das
@deepalidas95
Jun 12
ଆଜିର ଶିଶୁ ଆସନ୍ତାକାଲିର ସୁନ୍ଦର ଭବିଷ୍ୟତ। ସେମାନଙ୍କ ହାତରେ ବହି ଓ ସ୍ୱପ୍ନ ରହୁ, ଶ୍ରମର ବୋଝ ନୁହେଁ। ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିଷେଧ ଦିବସ ଅବସରରେ ପ୍ରତ୍ୟେକ ଶିଶୁର ଶୈଶବ, ଶିକ୍ଷା ଓ ଅଧିକାରର ସୁରକ୍ଷା ପାଇଁ ସଚେତନ ହେବା ଏବଂ କୌଣସି ଶିଶୁ ଯେପରି ଶ୍ରମର ଶିକାର ନହୁଅନ୍ତି ସେଥିପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା।
1
19
251
Deepali Das
@deepalidas95
Jun 10
Organisational meeting under the leadership Shri Naveen Pattnaik. 🙏🏻😇
84
1,898
Deepali Das
@deepalidas95
Jun 9
ଜନଜାତି ସମାଜର ଅମର ବିପ୍ଳବୀ, ସ୍ଵାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଅନ୍ୟାୟ ବିରୋଧରେ ତାଙ୍କର ଅଦମ୍ୟ ସଂଗ୍ରାମ, ସ୍ୱାଭିମାନର ସୁରକ୍ଷା ପାଇଁ ତାଙ୍କର ବଳିଦାନ ଏବଂ ଜନଜାତି ସମାଜର ଅଧିକାର ପ୍ରତି ତାଙ୍କର ଅତୁଟ ସମର୍ପଣ ସଦା ସ୍ମରଣୀୟ ହୋଇ ରହିବ।
12
181
Deepali Das
@deepalidas95
Jun 9
ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକା ତଥା ଜନନେତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ନାରୀ ନେତୃତ୍ୱ, ସାମାଜିକ ଚେତନା ଓ ଓଡ଼ିଶାର ପ୍ରଗତି ପାଇଁ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ।
3
29
203
Deepali Das
@deepalidas95
Jun 8
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ଗ୍ରାମର ସମିତି ସଭ୍ୟା ଶ୍ରୀମତୀ ମୈଥିଳୀ ପଟେଲଙ୍କ ସ୍ୱାମୀ ତଥା ବିଜୁ ଜନତା ଦଳର ସକ୍ରିୟ କର୍ମୀ ସ୍ଵର୍ଗତଃ ଶ୍ରୀ ଅର୍ଜୁନ ପଟେଲଙ୍କ ଗଙ୍ଗାଶ୍ରାଦ୍ଧରେ ଯୋଗଦେଲି। ପରଲୋକଗତ ଶ୍ରୀ ପଟେଲଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇଲି। ଭଗବାନ ତାଙ୍କ ପରିବାରକୁ ଏହି ଅପାର ଦୁଃଖ ସହିବାର ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ।
#jharsuguda
17
230
Deepali Das
@deepalidas95
Jun 8
ଝାରସୁଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ଆଇଟିଡିଏ (ITDA) କାର୍ଯ୍ୟାଳୟଠାରୁ ଟିପିଡବ୍ଲ୍ୟୁଓଡିଏଲ୍ (TPWODL) କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଗଲା। ଏହି ଅବସରରେ ବଢୁଥିବା ବିଦ୍ୟୁତ ଦର, ଅନିୟମିତ ବିଦ୍ୟୁତ ସେବା ଏବଂ ସାଧାରଣ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟା ବିରୋଧରେ ଜନସ୍ୱାର୍ଥର ସ୍ୱରକୁ ଦୃଢ଼ ଭାବେ ଉପସ୍ଥାପନ କରାଗଲା। ବିଦ୍ୟୁତ ସେବାରେ ସୁଧାର ଆଣିବା, ଉପଭୋକ୍ତାଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଏବଂ ଅଯୌକ୍ତିକ ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତ୍ୟାହାର କରିବା ଦାବୀରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।ଜନସାଧାରଣଙ୍କ ଅଧିକାର ଓ ସ୍ୱାର୍ଥ ସୁରକ୍ଷା ପାଇଁ ଆମର ସଂଗ୍ରାମ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
#jharsuguda
1
25
354
Deepali Das
@deepalidas95
Jun 7
ଜନସେବାକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ନିର୍ଭୁଲ ତଥ୍ୟ ସଂଗ୍ରହକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ( SIR)ଅଭିଯାନରେ ପରିବାର ସହିତ ସାମିଲ ହେଲି। ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଏକ ସଶକ୍ତ ଭାରତ ଗଠନ ପାଇଁ ମିଳିତ ଭାବରେ ଏହି ଅଭିଯାନକୁ ସଫଳ କରିବା ପାଇଁ ପ୍ରୟାସ କରିବା।
2
1
28
466
Deepali Das
@deepalidas95
Jun 7
ସୁରକ୍ଷିତ ଓ ପୌଷ୍ଟିକ ଖାଦ୍ୟ ହିଁ ସୁସ୍ଥ ଜୀବନର ମୂଳ ଆଧାର। ଖାଦ୍ୟର ଉତ୍ପାଦନଠାରୁ ଆରମ୍ଭ କରି ସଂରକ୍ଷଣ, ପ୍ରସ୍ତୁତି ଓ ବ୍ୟବହାର ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ସଚେତନ ହେବା ଆମ ସମସ୍ତଙ୍କ ଦାୟିତ୍ୱ। ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ଅବସରରେ ସୁରକ୍ଷିତ ଖାଦ୍ୟକୁ ଅଭ୍ୟାସରେ ପରିଣତ କରି ଏକ ସୁସ୍ଥ, ସଶକ୍ତ ଓ ନିରାମୟ ସମାଜ ଗଠନରେ ସାମିଲ ହେବା।
1
1
22
232
Deepali Das
@deepalidas95
Jun 5
ବିଶ୍ୱ ପରିବେଶ ଦିବସ କେବଳ ଏକ ଦିବସ ନୁହେଁ, ଏହା ପ୍ରକୃତି ପ୍ରତି ଆମର ଦାୟିତ୍ୱବୋଧର ଏକ ବିଶେଷ ଦିନ। ପରିବେଶର ସନ୍ତୁଳନ ରକ୍ଷା କରିବା ହେଉଛି ମାନବଜାତି ପ୍ରତି ଆମର ସବୁଠୁ ବଡ଼ କର୍ତ୍ତବ୍ୟ। ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଓ ପରିବେଶର ସୁରକ୍ଷା ପାଇଁ ସବୁଜ ପୃଥିବୀ ଗଠନ ପାଇଁ ନିଜ ନିଜ ସ୍ତରରେ ସଙ୍କଳ୍ପ ନେବା ହିଁ ବିଶ୍ୱ ପରିବେଶ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉ।
#EnvironmentDay
1
1
24
293
Deepali Das
@deepalidas95
Jun 4
ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ଗ୍ରାମର ଜୈତବ୍ୟ କୁମାର ନାଏକଙ୍କ ସ୍ଵର୍ଗୀୟ ବାପାଙ୍କ ଗଙ୍ଗାଶ୍ରାଦ୍ଧରେ ଯୋଗ ଦେଲି। ପରଲୋକଗତ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।
#jharsuguda
13
327
Deepali Das
@deepalidas95
Jun 3
ବ୍ରଜରାଜନଗରର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନନ୍ଦ କିଶୋର ଅଗ୍ରୱାଲଙ୍କ ନାତିଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇ ଶୁଭେଚ୍ଛା ଜଣାଇଲି। ମା' ସମଲେଇଙ୍କ ଅପାର କୃପା ଓ ଆଶୀର୍ବାଦରୁ ପୁଅର ଜୀବନ ସୁସ୍ଥ, ସୁଖମୟ ଓ ସଫଳତାରେ ପରିପୂର୍ଣ୍ଣ ହେଉ।
23
269
Deepali Das
@deepalidas95
Jun 3
ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି। ଏପରି ଘଟଣା ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି। ଦୁର୍ଭାଗ୍ୟବଶତଃ ଝାରସୁଗୁଡ଼ାରେ ଏଭଳି ଘଟଣା ବାରମ୍ବାର ଚିନ୍ତା ବଢ଼ାଉଛି।ଯେତେବେଳେ ସାଧାରଣ ଲୋକ, ବିଶେଷକରି ମହିଳାମାନେ, ନିଜ ସୁରକ୍ଷାକୁ ନେଇ ଆତଙ୍କିତ, ସେତେବେଳେ ଜନପ୍ରତିନିଧିମାନଙ୍କ ପ୍ରାଥମିକତା ହେବା ଉଚିତ୍ ଆଇନଶୃଙ୍ଖଳାର ସୁଦୃଢ଼ିକରଣ ଓ ନାଗରିକଙ୍କ ସୁରକ୍ଷା। କିନ୍ତୁ ବାସ୍ତବ ଚିତ୍ର ଚିନ୍ତାଜନକ। ଝାରସୁଗୁଡ଼ା ପୋଲିସକୁ ମୋର ଅନୁରୋଧ, ଏହି ଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଶୀଘ୍ର ଚିହ୍ନଟ ଓ ଗିରଫ କରାଯାଉ। ନ୍ୟାୟ ମିଳିବା ସହିତ ଜନସାଧାରଣଙ୍କ ମନରେ ସୁରକ୍ଷାର ଭରସା ଫେରାଇ ଆଣିବା ମଧ୍ୟ ଅତ୍ୟାବଶ୍ୟକ।
#jharsuguda
2
164
Deepali Das
@deepalidas95
Jun 2
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଲେମୁରା ଗ୍ରାମପଞ୍ଚାୟତର ଖଇରଡିହି ଗ୍ରାମରେ ସ୍ବର୍ଗତଃ ରଘୁ କିଷାନଙ୍କ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମରେ ଯୋଗ ଦେଲି। ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସାନ୍ତ୍ଵନା ଦେଲି।
#jharsuguda
1
17
288
Deepali Das
@deepalidas95
Jun 2
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ନିକ୍ତିମାଲ ଗ୍ରାମପଞ୍ଚାୟତର ରଙ୍ଗିଆଟିକ୍ରାଠାରେ ଆୟୋଜିତ ପବିତ୍ର ନାମ ସଙ୍କୀର୍ତ୍ତନ ଉତ୍ସବରେ ଯୋଗଦେଇ ଆଧ୍ୟାତ୍ମିକ ଶାନ୍ତି ଅନୁଭବ କଲି। ଭକ୍ତି ଓ ରାମ କୃଷ୍ଣ ନାମର ପବିତ୍ର ପରିବେଶ ମଧ୍ୟରେ ଏହି ଅବସରରେ ଗ୍ରାମବାସୀଙ୍କ ମଙ୍ଗଳ ଓ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କଲି।
#jharsuguda
16
256
Deepali Das
@deepalidas95
Jun 2
ଝାରସୁଗୁଡ଼ା ବିଧାୟକଙ୍କ ପ୍ରତିଶ୍ରୁତି କେବଳ ଭାଷଣ ଓ ସାମାଜିକ ଗଣମାଧ୍ୟମରେ ସୀମିତ। ପୂର୍ବରୁ ଲୋକାର୍ପିତ ପ୍ରକଳ୍ପକୁ ପୁଣିଥରେ ଉଦଘାଟନ କରିବାରେ ତତ୍ପରତା ଦେଖାଉଥିବାବେଳେ, ତୃଣମୂଳ ସ୍ତରରେ ବାସ୍ତବ କାମର କୌଣସି ଚିହ୍ନ ନାହିଁ। ଗତ ବର୍ଷ ବର୍ଷା ଋତୁରେ ବନ୍ୟା ପ୍ରଭାବରେ ଲଇକେରା ବ୍ଲକ କୁଲେମୁରା ଗ୍ରାମପଞ୍ଚାୟତର ମୁନ୍ଦ୍ରାଜୋର ବ୍ରିଜ ଭାଙ୍ଗିଯାଇଥିବା ପରେ ବିଧାୟକଙ୍କ ଦ୍ୱାରା ତୁରନ୍ତ ମରାମତିର ଆଶ୍ୱାସନ ଦିଆଯାଇଥିଲା। କିନ୍ତୁ ଦୁଃଖର ବିଷୟ, ଆଜି ପର୍ଯ୍ୟନ୍ତ ସେହି ପ୍ରତିଶ୍ରୁତି କେବଳ ଖବର କାଗଜ ଓ ସାମାଜିକ ଗଣମାଧ୍ୟମରେ ହିଁ ସୀମାବଦ୍ଧ ରହିଛି। ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ମାନ୍ୟବର ବିଧାୟକ ପୁରୁଣା କାମକୁ ନୂଆ ନାଁ ଦେଇ ଉତ୍ସବ ପାଳନରେ ବ୍ୟସ୍ତ ଅଛନ୍ତି। ଆଗାମୀ ଦିନରେ ଝାରସୁଗୁଡ଼ାବାସୀ ଏହାର ବିଚାର କରିବେ।
#jharsuguda
0:11
12
284
Deepali Das
@deepalidas95
Jun 2
ଭକ୍ତିମୟ ପରିବେଶ ମଧ୍ୟରେ ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମରାକୁଟାଠାରେ ଆୟୋଜିତ ପବିତ୍ର ନାମ ସଙ୍କୀର୍ତ୍ତନରେ ସାମିଲ ହେଲି। ହରିନାମର ପବିତ୍ର ଧ୍ୱନି ଗ୍ରାମବାସୀଙ୍କ ମନରେ ଭକ୍ତି, ଶାନ୍ତି ଓ ସଦଭାବନାକୁ ଆହୁରି ସୁଦୃଢ଼ କରୁ।
#jharsuguda
17
266
Deepali Das
@deepalidas95
Jun 2
ଝାରସୁଗୁଡ଼ା ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନମ୍ବର ୨୧ ମଙ୍ଗଳବଜାରଠାରେ ନବନିର୍ମିତ ବିବାହ ମଣ୍ଡପର ଉଦଘାଟନ ଉତ୍ସବରେ ଯୋଗଦେଲି। ଏହି ମଣ୍ଡପ ଅଞ୍ଚଳବାସୀଙ୍କ ସାମାଜିକ ଓ ପାରିବାରିକ କାର୍ଯ୍ୟକ୍ରମ ପାଇଁ ଏକ ଉପଯୋଗୀ କେନ୍ଦ୍ର ଭାବେ ପରିଣତ ହେବ ବୋଲି ମୋର ବିଶ୍ବାସ।
#jharsuguda
15
335
Deepali Das
@deepalidas95
Jun 1
ଓଡ଼ିଶା ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଯେଉଁ ପ୍ରକଳ୍ପଗୁଡ଼ିକୁ ମାନ୍ୟବର ଝାରସୁଗୁଡ଼ା ବିଧାୟକ ଆଜି ଉନ୍ମୋଚନ କରିଛନ୍ତି, ସେଗୁଡ଼ିକ ପୂର୍ବରୁ ହିଁ ଲୋକାର୍ପିତ ହୋଇସାରିଛି। ପ୍ରକଳ୍ପ ଫଳକରେ ଉଲ୍ଲେଖ ଥିବା ତାରିଖ ଓ ବର୍ଷରୁ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି। ବିଗତ ଦୁଇ ବର୍ଷ ମଧ୍ୟରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ କୌଣସି ନୂତନ ଜନମଙ୍ଗଳକାରୀ ପ୍ରକଳ୍ପ କିମ୍ବା ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଯେଉଁ ପ୍ରକଳ୍ପଗୁଡ଼ିକ ଆଜି ଉଦଘାଟିତ ହେଉଛି, ସେସବୁ ପୂର୍ବରୁ ରାଜ୍ଯ ନିର୍ମାଣ ବିଭାଗ ପକ୍ଷରୁ ହୋଇସାରିଛି। ପୂର୍ବରୁ ଲୋକାର୍ପିତ ପ୍ରକଳ୍ପକୁ ପୁଣିଥରେ ଉନ୍ମୋଚନ କରି ଜନସାଧାରଣଙ୍କ ଟିକସ ଟଙ୍କାରେ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ପାଳନ କରିବା ଝାରସୁଗୁଡ଼ା ବିଧାୟକଙ୍କ ଏକ ରାଜନୈତିକ ଦେଖାଣିଆ ପ୍ରବୃତ୍ତିରେ ପରିଣତ ହୋଇଛି। ଆଗାମୀ ଦିନରେ ଏପରି ଲୋକ ଦେଖାଣିଆ ରାଜନୀତିର ଉଚିତ ଜବାବ ଝାରସୁଗୁଡ଼ାବାସୀ ନିଶ୍ଚୟ ଦେବେ।
#jharsuguda
@CMO_Odisha
2
4
39
2,013
Load more