Office of the District Magistrate, Malkangiri

Joined June 2019
4,431 Photos and videos
ଗଣତନ୍ତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା 'ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬' (SIR)କୁ ଅଧିକ ସ୍ୱଚ୍ଛ ଓ ବେଗବାନ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ଆଉ ଏକ ପଦକ୍ଷେପ। ୧୪୭-ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପହଞ୍ଚ ତଥା ଦୁର୍ଗମ 'ପଣସପୁଟ' ଗ୍ରାମରେ ଚାଲିଥିବା ପରିଗଣନା ଫର୍ମ ର ଡିଜିଟାଲାଇଜେସନ
1
2
75
କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରାଯାଇଛି। ମାଲକାନଗିରି ଉପ-ଜିଲ୍ଲାପାଳ ତଥା ERO ଏବଂ ସହକାରୀ ଜିଲ୍ଲାପାଳ (ନିର୍ବାଚନ) ତଥା AERO ଏହି ଦୁର୍ଗମ ଅଞ୍ଚଳ ଗସ୍ତ କରି ସର୍ଭେ ଫର୍ମ ସଂଗ୍ରହ ସମୟରେ ନିଜେ ଉପସ୍ଥିତ ରହିଥିଲେ। ଏହା ସହିତ ସଂଗୃହିତ ତଥ୍ୟଗୁଡ଼ିକର କିଭଳି ସଠିକ୍ ଭାବେ ଡିଜିଟାଲାଇଜେସନ କରାଯାଉଛି, ତାହାର ଅନୁଧ୍ୟାନ କରିଛନ୍ତି।
33
ସୀମାନ୍ତ ତଥା ଦୁର୍ଗମ ଅଞ୍ଚଳର କୌଣସି ବି ଯୋଗ୍ୟ ଭୋଟର ଯେପରି ନିଜ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ସଦା ସର୍ବଦା ତତ୍ପର। ୧୪୭-ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର 'ପଣସପୁଟ' ଗ୍ରାମରୁ ଆସିଛି ଏକ ସୁନ୍ଦର ଚିତ୍ର। @OdishaCeo @IPR_Odisha
1
45
ଏହି ଦୁର୍ଗମ ଗାଁରେ ଥିବା ବୁଥ୍ ନମ୍ବର ୨୩୫ ର ବିଏଲ୍ଓ, 'ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬' #SIR2026 କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ଘର ବୁଲି ପରିଗଣନା ଫର୍ମ ସଂଗ୍ରହ କରୁଛନ୍ତି। ଏହାସହ ସେ ସ୍ଥାନୀୟ ମତଦାତାମାନଙ୍କୁ ଏହି ଫର୍ମର ଗୁରୁତ୍ୱ ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବିଷୟରେ ବୁଝାଉଛନ୍ତି।
34
ଗଣତନ୍ତ୍ରର ମୂଳଦୁଆକୁ ମଜବୁତ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ। ୧୪୭-ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ 'ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬' #SIR2026 କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧିକାରୀମାନେ ପହଞ୍ଚିଛନ୍ତି ଜଳଭଣ୍ଡାର ସେପାରିର ଦୁର୍ଗମ ଅଞ୍ଚଳରେ। @OdishaCeo @IPR_Odisha
1
28
ମାଲକାନଗିରି ଉପ-ଜିଲ୍ଲାପାଳ ତଥା #SVEEP ନୋଡାଲ ଅଫିସର, ଚିତ୍ରକୋଣ୍ଡା ତହସିଲଦାର ତଥା AERO, ଏବଂ ସହକାରୀ ଜିଲ୍ଲାପାଳ (ନିର୍ବାଚନ) ସ୍ଥାନୀୟ BLO ମାନଙ୍କ ସହ ମିଶି ବାଲିମେଳା ଜଳଭଣ୍ଡାର ମଧ୍ୟ ଦେଇ ବୋଟ୍ ଯୋଗେ ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରତିବନ୍ଧକ ଯେତେ ଥାଉ ନା କାହିଁକି, ଜିଲ୍ଲା ପ୍ରଶାସନ ଆପଣଙ୍କ ସହ ଅଛି।
25
ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଡ଼ିଆ ବ୍ଲକରେ 'ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬' (SIR) ଏବଂ SVEEP ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅଭିଯାନରେ କୋୟା ଜନଜାତିର ଭାଇଭଉଣୀମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ସଂଶୋଧନ ପ୍ରକ୍ରିୟା ବିଷୟରେ ସଚେତନ କରାଯାଇଛି।
1
40
ଉପ-ଜିଲ୍ଲାପାଳ ତଥା ସ୍ୱିପ୍ ନୋଡାଲ ଅଧିକାରୀ, ପଡ଼ିଆ ବିଡିଓ, ସହକାରୀ ଜିଲ୍ଲାପାଳ ଏବଂ ବି.ଏଲ.ଓ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। @OdishaCeo @IPR_Odisha #SIR2026
34
ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଖଇରପୁଟ ବ୍ଲକରେ 'ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬' (SIR) ଏବଂ #SVEEP ଭୋଟର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। @OdishaCeo @IPR_Odisha #VoterAwareness
1
2
86
ଏହି ମେଗା ଅଭିଯାନରେ ବଣ୍ଡା ଓ ଦିଦାୟୀ ଆଦିମ ଜନଜାତିର ଭାଇଭଉଣୀମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ଓ ସଂଶୋଧନ ପ୍ରକ୍ରିୟା ବିଷୟରେ ସଚେତନ କରାଯାଇଛି।ଉପ-ଜିଲ୍ଲାପାଳ ତଥା ସ୍ୱିପ୍ ନୋଡାଲ ଅଧିକାରୀ,ସହକାରୀ ଜିଲ୍ଲାପାଳ,ବି.ଏଲ.ଓ ଏବଂ BDA ମୁଦୁଲିପଡ଼ାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।
75
Collector & DM, Malkangiri retweeted
SVEEP awareness programmes under SIR 2026 reached the remote tribal communities of Malkangiri district, including Bonda PVTGs, Didai PVTGs and Koya tribes in Khairput and Padia Blocks. The initiative witnessed participation of Sri Durjyodhan Bhoi, Sub-Collector, Malkangiri-cum-SVEEP Nodal Officer; concerned AEROs, BDOs, district officials and representatives of the Bonda Development Agency. Through focused outreach, communities were sensitised on electoral participation, voter enrolment and the importance of the ongoing Special Intensive Revision (SIR) process. #SVEEP #SIR2026 #Malkangiri #ElectionAwareness #InclusiveElections #PVTG
2
9
1,049
Collector & DM, Malkangiri retweeted
SIR ସହ ଯୋଡ଼ି ହେବାର ପ୍ରଥମ ପଦକ୍ଷେପ — ପରିଗଣନା ଫର୍ମ ପୂରଣ କରନ୍ତୁ। 🗳️ ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬ ନିଜ ସୂଚନା ସୁନିଶ୍ଚିତ କରିବା ପାଇଁ voters.eci.gov.in ୱେବସାଇଟ୍ କୁ ପରିଦର୍ଶନ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍‌ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ। #SIR2026 #OdishaVotes #VoterAwareness
1
17
41
1,468
Collector & DM, Malkangiri retweeted
SIR 2026 ସମ୍ବନ୍ଧୀୟ କୌଣସି ପ୍ରଶ୍ନ କିମ୍ବା ସନ୍ଦେହ ଅଛି କି? 🤔 ଚିନ୍ତା କରନ୍ତୁ ନାହିଁ। ସହାୟତା ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ 1950 କୁ କଲ୍ କରନ୍ତୁ ଏବଂ ଆବଶ୍ୟକ ସୂଚନା ପାଆନ୍ତୁ। #SIR2026 #VoterHelpline #OdishaVotes #1950
1
16
40
1,322
ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲା ଏକସଙ୍ଗେ ଯୋଡ଼ି ହୋଇଥିବା ବେଳେ ଆମ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଯାଇଛି।
1
3
113
ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରିଛନ୍ତି।ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ ରାସନ କାର୍ଡ ପ୍ରଦାନ କରାଯିବା ସହ ପୂର୍ବରୁ ମିଳୁଥିବା ୫ କିଲୋ ଚାଉଳ ସହିତ ଅତିରିକ୍ତ ୫ କିଲୋ ମିଶାଇ ମାସକୁ ମୋଟ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ
1
1
86
କରାଯିବ। ସେହିଭଳି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ମାନଙ୍କୁ ସ୍ମାର୍ଟଫୋନ୍ ମଧ୍ୟ ବଣ୍ଟନ କରାଯାଇଛି।
36
Collector & DM, Malkangiri retweeted
2002 ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ କି? ଚିନ୍ତାର କିଛି କାରଣ ନାହିଁ। 🗳️ ଯଦି ଆପଣଙ୍କ ବାପା, ମା, ଜେଜେବାପା କିମ୍ବା ଜେଜେମାଙ୍କ ନାମ 2002 ମସିହାର ଭୋଟର ତାଲିକାରେ ଥିଲା, ତେବେ ପରିଗଣନା ଫର୍ମର ସମ୍ପର୍କିତ ଅଂଶରେ ସେମାନଙ୍କ ବିବରଣୀ ଉଲ୍ଲେଖ କରି ଫର୍ମ ପୂରଣ କରିପାରିବେ। ଏଥିସହ, QR Code ସ୍କାନ୍ କରି ଆପଣ ସହଜରେ ଅନଲାଇନ୍‌ରେ ମଧ୍ୟ ପରିଗଣନା ଫର୍ମ ପୂରଣ ଓ ଦାଖଲ କରିପାରିବେ। #SIR2026 #EnumerationForm #OdishaVotes #VoterAwareness
2
33
62
2,381
Collector & DM, Malkangiri retweeted
ଏବେ ଘରେ ବସି ସହଜରେ ଅନଲାଇନ୍‌ରେ ପୂରଣ କରନ୍ତୁ ଆପଣଙ୍କ ପରିଗଣନା ଫର୍ମ। 🗳️ SIR 2026 ପାଇଁ ପରିଗଣନା ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬। voters.eci.gov.in website କୁ ଭିଜିଟ୍ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍‌ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ। #SIR2026 #OnlineEnumerationForm #OdishaVotes
3
29
62
3,009
Collector & DM, Malkangiri retweeted
ରାଜ୍ୟ ବାହାରେ ଅଛନ୍ତି କି? ଚିନ୍ତା କରନ୍ତୁ ନାହିଁ। 🗳️ SIR 2026 ଅନ୍ତର୍ଗତ ପରିଗଣନା ଫର୍ମ ଏବେ ଅନଲାଇନ୍‌ରେ ମଧ୍ୟ ପୂରଣ କରାଯାଇପାରିବ। voters.eci.gov.in ୱେବସାଇଟ୍ ପରିଦର୍ଶନ କରି ଘରେ ବସି ସହଜରେ ନିଜ ପରିଗଣନା ଫର୍ମ ପୂରଣ କରନ୍ତୁ। #SIR2026 #SIR #CEOodisha #ECI
6
33
76
4,012
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଚିକିତ୍ସାଳୟରେ ଗୁଣାତ୍ମକ ସେବା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଓ ରୋଗୀ ସନ୍ତୁଷ୍ଟି ଉପରେ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଇଛି। @HFWOdisha @IPR_Odisha
1
3
115
ଏହି ବୈଠକରେ ମାତୃ-ଶିଶୁ ସ୍ୱାସ୍ଥ୍ୟ, ଶିଶୁ ଟୀକାକରଣ, ମାଲେରିଆ, କ୍ଷୟରୋଗ ଓ ଆସନ୍ତା ଡାଏରିଆ ନିୟନ୍ତ୍ରଣ ମାସର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହାସହ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
61