This is the Official Twitter Account of Puri District Administration (Odisha) #DistrictAdministrationPuri

Joined June 2017
5,610 Photos and videos
39
220
1,986
49,570
ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ପୁରୀ ଜ଼ିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ପହିଲି ରଜ ସମସ୍ତଙ୍କ ପାଇଁ ଶୁଭମୟ ଓ ଆନନ୍ଦମୟ ହେଉ।
5
143
ଆସନ୍ତା ବିଶ୍ୱପ୍ରସିଦ୍ଧ ରଥଯାତ୍ରା–୨୦୨୬ ପାଇଁ ଚାଲିଥିବା ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାଞ୍ଚଳ ରାଜସ୍ବ ମଣ୍ଡଳ ଆୟୁକ୍ତ, କଟକ ଏବଂ ଜିଲ୍ଲାପାଳ, ପୁରୀ ରଥଖଳା ପରିଦର୍ଶନ କରି ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ରଥ ନିର୍ମାଣରେ ନିୟୋଜିତ ସେବାୟତ ଓ ମହାରଣାମାନଙ୍କ ସହ ଆଲୋଚନା କରି କାର୍ଯ୍ୟର ସୁଚାରୁ ଓ ନିରବଚ୍ଛିନ୍ନ ସମ୍ପାଦନ ସମ୍ପର୍କରେ ମତବିନିମୟ କରିଥିଲେ। ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ଆବଶ୍ୟକ ସାମଗ୍ରୀର ଉପଲବ୍ଧତା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସେ ଅବଗତ ହୋଇଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ବ ମଣ୍ଡଳ ଆୟୁକ୍ତ ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ କରିବା ସହ ପାରମ୍ପରିକ ରୀତିନୀତିର ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକ ସମସ୍ତ ସହଯୋଗ ଓ ସମନ୍ୱୟ ପ୍ରଦାନ କରିବାକୁ ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦେଇଥିଲେ। #RathYatra2026
14
359
ଆଜି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମ୍ପତି ପୁରୀ ରେଳ ଷ୍ଟେସନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟସ୍ଥଳ ପରିଦର୍ଶନ କରି ଚାଲିଥିବା କାମର ଅଗ୍ରଗତି ସମୀକ୍ଷା କରିଛନ୍ତି। ପ୍ରକଳ୍ପ ଶେଷ ହେଲେ ପୁରୀ ରେଳ ଷ୍ଟେସନ ଏକ ଆଧୁନିକ ଓ ଯାତ୍ରୀବନ୍ଧବ ପରିବହନ କେନ୍ଦ୍ରରେ ପରିଣତ ହେବ। ରାଜ୍ୟପାଳଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ଜ଼ିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପର ବିଭିନ୍ନ ଅଂଶ ସମ୍ପର୍କରେ ଅବଗତ କରାଇଥିଲେ। ଷ୍ଟେସନର ନୂତନ ମୁଖ୍ୟ ପ୍ରବେଶଦ୍ୱାର, ଆକର୍ଷଣୀୟ ଫ୍ରଣ୍ଟ ଫାସାଡ୍, ୱେଟିଂ ଲାଉଞ୍ଜ, ଫୁଡ୍ କୋର୍ଟ, ଜନଆହାର କେନ୍ଦ୍ର, ଡର୍ମିଟୋରୀ, ରିଟାୟରିଂ ରୁମ୍, ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଓ ବ୍ୟାରିୟର-ଫ୍ରି ପ୍ରବେଶ-ପ୍ରସ୍ଥାନ ସୁବିଧା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ। ପରେ ଲୋକଭବନରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟପାଳ ପୁରୀ-କୋଣାର୍କ ରେଳ ସଂଯୋଗ ପ୍ରକଳ୍ପ ସମେତ ରେଳ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ନିୟମିତ ତଦାରଖ, ସାପ୍ତାହିକ ସମୀକ୍ଷା ଏବଂ ରେଳବାଇ ଓ ରାଜ୍ୟ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଆଧୁନିକ ରେଳ ଭିତ୍ତିଭୂମି ଓଡ଼ିଶାର ପର୍ଯ୍ୟଟନ, ସଂଯୋଗ ବ୍ୟବସ୍ଥା ଓ ଆର୍ଥିକ ବିକାଶକୁ ଆହୁରି ମଜବୁତ କରିବ ବୋଲି ମାନ୍ୟବର ରାଜ୍ୟପାଳ ମତ ପ୍ରକାଶ କରିଥିଲେ।
1
1
18
723
Collector and District Magistrate Puri retweeted
SIR ସହ ଯୋଡ଼ି ହେବାର ପ୍ରଥମ ପଦକ୍ଷେପ — ପରିଗଣନା ଫର୍ମ ପୂରଣ କରନ୍ତୁ। 🗳️ ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬ ନିଜ ସୂଚନା ସୁନିଶ୍ଚିତ କରିବା ପାଇଁ voters.eci.gov.in ୱେବସାଇଟ୍ କୁ ପରିଦର୍ଶନ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍‌ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ। #SIR2026 #OdishaVotes #VoterAwareness
1
17
41
1,489
Collector and District Magistrate Puri retweeted
As the city winds down for the day, the dedicated sanitation teams of Puri Municipal Corporation are hard at work, carrying out evening sweeping operations across different areas to ensure clean, dust-free, and hygienic surroundings for residents and visitors.
1
1
10
206
ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲାରେ ଶିଶୁ ଶ୍ରମିକ ବିଲୋପ ଉଦ୍ଦେଶ୍ୟରେ ୧୫ ଦିନିଆ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଶ୍ରୀ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ଚୌଧୁରୀ ସୁବ୍ରତ କୁମାର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ ସହକାରୀ ଶ୍ରମ ଅଧିକାରୀ ଓ କର୍ମଚାରୀ, ରୁଚିକା ସାମାଜିକ ସେବା ସଂଗଠନର ସଦସ୍ୟବୃନ୍ଦ, ଗ୍ରୀନସିଟି ଅଟୋ ଚାଳକ ସଂଘ, ପୁରୀ ଏବଂ ପୁରୀ ପୌରପାଳିକା ଅଟୋ ଚାଳକ ସଂଘର ସଦସ୍ୟମାନେ ଯୋଗଦେଇଥିଲେ। ସଚେତନତା ରଥଟି ଆସନ୍ତା ୧୫ ଦିନ ଧରି ସମଗ୍ର ଜିଲ୍ଲା ପରିକ୍ରମା କରି ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ଜନସଚେତନତା ସୃଷ୍ଟି କରିବା ସହ ଶିଶୁ ଶ୍ରମିକ ପ୍ରଥାକୁ ‘ନା’ କହିବା ପାଇଁ ସମାଜକୁ ପ୍ରେରିତ କରିବ। ରଥ ପରିକ୍ରମା ଶୁଭାରମ୍ଭ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ପଦଯାତ୍ରା ବାହାରି ଚୈତନ୍ୟ ଛକ ଦେଇ ସମୁଦ୍ରକୂଳ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ, ସହକାରୀ ଶ୍ରମ ଅଧିକାରୀମାନେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ନିର୍ମାଣ ଶ୍ରମିକ, ଶ୍ରମିକ ସଂଗଠନର ପ୍ରତିନିଧି ଏବଂ ସାଧାରଣ ଜନସାଧାରଣ ସାମିଲ ହୋଇଥିଲେ। #EndChildLabour #ChildRights #Puri #AwarenessCampaign #LabourDepartmentOdisha
8
238
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ସଦଭାବନା ସଭା ଗୃହ ଠାରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ ସହିତ ପୋଷଣ ଅଭିଯାନ ଅଧୀନରେ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର, ମାନ୍ୟବର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବିଧାୟକ ସତ୍ୟବାଦୀ, ଡା. ସମ୍ବିତ ପାତ୍ର, ମାନ୍ୟବର ସାଂସଦ (ଲୋକ ସଭା), ପୁରୀ, ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ ପିପିଲି, ଶ୍ରୀଯୁକ୍ତ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲାପାଳ, ପୁରୀ, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ, ପୁରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗରିବ କଲ୍ୟାଣ ଓ ଖାଦ୍ୟ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଦିଗରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସେହିପରି, ପୋଷଣ ଅଭିଯାନ ଅଧୀନରେ ସ୍ମାର୍ଟଫୋନ ବଣ୍ଟନ ଅଙ୍ଗନୱାଡ଼ି ସେବାରେ ଡିଜିଟାଲ ରୂପାନ୍ତରଣକୁ ତ୍ୱରାନ୍ୱିତ କରି ମାତୃ ଓ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବ। #MukhyamantriAnnapurnaYojana #PoshanAbhiyaan #DigitalOdisha #FoodSecurity #WomenAndChildDevelopment #OdishaGovt
6
275
Collector and District Magistrate Puri retweeted
ଖାଦ୍ୟ ସୁରକ୍ଷାର ଗ୍ୟାରେଣ୍ଟି ସହ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ (MAPY)। ଏହି ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS)ର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପୂର୍ବରୁ ମିଳୁଥିବା ୫ କିଲୋ ଚାଉଳ ସହିତ ଅତିରିକ୍ତ ୫ କିଲୋ ମିଶାଇ ମାସକୁ ମୋଟ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ନିଃଶୁଳ୍କ ପ୍ରଦାନ କରାଯିବ। #2YearsofLokankaSarakar #BikasharaDharaOdishaSara
7
14
69
3,130
Collector and District Magistrate Puri retweeted
2002 ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ କି? ଚିନ୍ତାର କିଛି କାରଣ ନାହିଁ। 🗳️ ଯଦି ଆପଣଙ୍କ ବାପା, ମା, ଜେଜେବାପା କିମ୍ବା ଜେଜେମାଙ୍କ ନାମ 2002 ମସିହାର ଭୋଟର ତାଲିକାରେ ଥିଲା, ତେବେ ପରିଗଣନା ଫର୍ମର ସମ୍ପର୍କିତ ଅଂଶରେ ସେମାନଙ୍କ ବିବରଣୀ ଉଲ୍ଲେଖ କରି ଫର୍ମ ପୂରଣ କରିପାରିବେ। ଏଥିସହ, QR Code ସ୍କାନ୍ କରି ଆପଣ ସହଜରେ ଅନଲାଇନ୍‌ରେ ମଧ୍ୟ ପରିଗଣନା ଫର୍ମ ପୂରଣ ଓ ଦାଖଲ କରିପାରିବେ। #SIR2026 #EnumerationForm #OdishaVotes #VoterAwareness
2
33
62
2,404
Enumeration of Hon’ble MP, Lok Sabha, Puri was successfully completed today by BLO-82 and the enumeration team under 107-Puri AC as part of the ongoing SIR-2026 exercise. The process was carried out smoothly, reflecting the commitment towards ensuring an accurate, inclusive and updated electoral roll. #SIR2026 #Puri #ElectoralRollRevision #SVEEP #ElectionCommissionofIndia
2
16
588
Collector and District Magistrate Puri retweeted
Puri Municipal Corporation is actively carrying out mosquito oil spraying operations across different areas of the city to prevent mosquito breeding and protect public health.
1
1
8
281
Collector and District Magistrate Puri retweeted
Sea Beach Road is the lifeline of Puri and one of the city's busiest stretches. To ensure smooth movement, public convenience, and a cleaner urban environment,
4
2
30
1,728
Collector and District Magistrate Puri retweeted
ଏବେ ଘରେ ବସି ସହଜରେ ଅନଲାଇନ୍‌ରେ ପୂରଣ କରନ୍ତୁ ଆପଣଙ୍କ ପରିଗଣନା ଫର୍ମ। 🗳️ SIR 2026 ପାଇଁ ପରିଗଣନା ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬। voters.eci.gov.in website କୁ ଭିଜିଟ୍ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍‌ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ। #SIR2026 #OnlineEnumerationForm #OdishaVotes
3
29
62
3,032
Collector and District Magistrate Puri retweeted
Cleanliness is not just a duty—it is a shared responsibility. Every day, dedicated sanitation teams of Puri Municipal Corporation work tirelessly across different areas of the city to ensure timely garbage lifting and cleaner streets.
1
1
7
250
Collector and District Magistrate Puri retweeted
Let us support their efforts by disposing of waste responsibly and keeping Puri litter-free. A cleaner Puri begins with all of us. #CleanPuri #SwachhPuri #TeamPMC #MyWasteMyResponsibility #BeautifulPuri
1
12
282
Collector and District Magistrate Puri retweeted
Behind every clean street is a sanitation worker’s hard work. Puri Municipal Corporation’s dedicated teams are working tirelessly every day, lifting garbage and keeping our city clean, healthy, and beautiful.
1
1
9
245
Collector and District Magistrate Puri retweeted
Puri Municipal Corporation is actively carrying out drain cleaning operations across different areas of the city to ensure smooth water flow, prevent waterlogging, and maintain a clean and hygienic environment.
1
1
10
235
Collector and District Magistrate Puri retweeted
ରାଜ୍ୟ ବାହାରେ ଅଛନ୍ତି କି? ଚିନ୍ତା କରନ୍ତୁ ନାହିଁ। 🗳️ SIR 2026 ଅନ୍ତର୍ଗତ ପରିଗଣନା ଫର୍ମ ଏବେ ଅନଲାଇନ୍‌ରେ ମଧ୍ୟ ପୂରଣ କରାଯାଇପାରିବ। voters.eci.gov.in ୱେବସାଇଟ୍ ପରିଦର୍ଶନ କରି ଘରେ ବସି ସହଜରେ ନିଜ ପରିଗଣନା ଫର୍ମ ପୂରଣ କରନ୍ତୁ। #SIR2026 #SIR #CEOodisha #ECI
6
33
76
4,033
Collector and District Magistrate Puri retweeted
Puri Municipal Corporation is actively carrying out C&D (Construction & Demolition) waste cleaning operations across different areas of the city to ensure cleaner roads and safer public spaces.
5
2
14
414