ଭାରତର ଏକ ସୁଦୀର୍ଘ ଜ୍ଞାନ ପରମ୍ପରା ରହିଛି । ଆମ ପୋଥି ଓ ପାଣ୍ଡୁଲିପିରେ ଜ୍ଞାନବିଜ୍ଞାନ ଭରପୂର ହୋଇ ରହିଛି । ସେଥିରେ କେବଳ କାବ୍ୟସାହିତ୍ୟ ଲିଖିତ ହୋଇଛି ତା’ ନୁହେଁ, ବିଜ୍ଞାନ, ଭେଷଜ ବିଜ୍ଞାନ, ଜ୍ୟୋତିଷ ବିଜ୍ଞାନ, ବାସ୍ତୁକଳା, ସମରକଳା ଓ ନୌକାନିର୍ମାଣ କଳା ସହିତ ଯୋଗ ଓ ପ୍ରାଣାୟମ ବିଷୟମାନ ରହିଛି । ଆମ ଛାତ୍ରଛାତ୍ରୀ, ଯେଉଁମାନଙ୍କର ଏସବୁରେ ରୁଚି ରହିଛି, ସେମାନେ ଆମ ଜ୍ଞାନ ପରମ୍ପରା ଉପରେ ଉଚ୍ଚତର ଗବେଷଣା କରିବା ଉଚିତ ।