Official Twitter Handle of District Administration, Jajpur, Government Of Odisha

Joined June 2017
3,546 Photos and videos
Pinned Tweet
ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ(SIR) ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। #SIR2026 #JajpurDistrict #Odisha youtu.be/QFgyO6_OVJ0?si=aYjj…
2
12
998
Collector & DM, Jajpur retweeted
2002 ଭୋଟର ତାଲିକାରେ ଆପଣଙ୍କ ନାମ ନାହିଁ କି? ଚିନ୍ତାର କିଛି କାରଣ ନାହିଁ। 🗳️ ଯଦି ଆପଣଙ୍କ ବାପା, ମା, ଜେଜେବାପା କିମ୍ବା ଜେଜେମାଙ୍କ ନାମ 2002 ମସିହାର ଭୋଟର ତାଲିକାରେ ଥିଲା, ତେବେ ପରିଗଣନା ଫର୍ମର ସମ୍ପର୍କିତ ଅଂଶରେ ସେମାନଙ୍କ ବିବରଣୀ ଉଲ୍ଲେଖ କରି ଫର୍ମ ପୂରଣ କରିପାରିବେ। ଏଥିସହ, QR Code ସ୍କାନ୍ କରି ଆପଣ ସହଜରେ ଅନଲାଇନ୍‌ରେ ମଧ୍ୟ ପରିଗଣନା ଫର୍ମ ପୂରଣ ଓ ଦାଖଲ କରିପାରିବେ। #SIR2026 #EnumerationForm #OdishaVotes #VoterAwareness
2
33
62
2,508
ଶିଶୁ ମୃତ୍ୟୁ ହ୍ରାସ, ମାତୃ-ଶିଶୁ ସ୍ୱାସ୍ଥ୍ୟ ସେବାର ସୁଦୃଢ଼ୀକରଣ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମାତୃ ଓ ଶିଶୁ ମୃତ୍ୟୁହାରର ସମୀକ୍ଷା ସହ ଷ୍ଟପ୍ ଡାଇରିଆ ଅଭିଯାନ-୨୦୨୬ ଏବଂ ଆଇପିପିଆଇ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
1
8
305
ଆସନ୍ତା ୧୬ ଜୁନ ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା "ଷ୍ଟପ୍ ଡାଇରିଆ ଅଭିଯାନ-୨୦୨୬" ଏବଂ ୨୮ ଜୁନରେ ପାଳିତ ହେବାକୁ ଥିବା "ପଲ୍ସ ପୋଲିଓ ବୁଥ୍ ଦିବସ" ସମେତ ସମଗ୍ର ଟିକାକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ବିଭାଗକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
1
180
ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ମାତୃ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
43
୧୫ ଦିନ ବ୍ୟାପୀ ଶିଶୁ ଶ୍ରମିକ ନିରାକରଣ ସଚେତନତା ପକ୍ଷ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଜନସଚେତନତା ରାଲି ଓ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।
1
1
9
257
ଶିଶୁମାନଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜିତ କରିବା ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ।ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପରିଭ୍ରମଣ କରି ଶିଶୁ ଶ୍ରମ ମୁକ୍ତ, ଶିଶୁ ଅଧିକାରର ସୁରକ୍ଷା, ସମସ୍ତ ଶିଶୁଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ।
1
1
4
201
ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଯୁଗ୍ମ ଶ୍ରମ ଆୟୁକ୍ତ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ସହକାରୀ ଶ୍ରମ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ସମାଜ ସେବୀଙ୍କ ସମେତ ବହୁ ଶ୍ରମିକ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ। #StopChildLabour #ChildLabourFreeOdisha
1
1
118
Collector & DM, Jajpur retweeted
ବିକାଶର ଧାରା, ଓଡ଼ିଶା ସାରା । ଲୋକଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ‘ବିକାଶ ଓ ଉପଲବ୍ଧି’ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ@MohanMOdisha youtube.com/live/9iRtaG3iYb0…
3
11
27
2,424
Collector & DM, Jajpur retweeted
Media & Social Media Nodal Officers (DPROs) from Odisha participated in the Conference for Media & Communication Officers held at IIIDEM, New Delhi. The Odisha delegation was led by Dr. Laxmi Prasad Sahu, Deputy Chief Electoral Officer & State Media Nodal Officer, Odisha. The conference focused on strengthening electoral communication, sharing best practices, and enhancing voter outreach through effective media engagement. #ECI #IIIDEM #MediaCommunication #Odisha #ElectionCommunication #VoterAwareness
14
22
2,110
Collector & DM, Jajpur retweeted
ନିର୍ବାଚନୀ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଏବଂ ଶ୍ରେଷ୍ଠ କାର୍ଯ୍ୟପଦ୍ଧତିର ଆଦାନ-ପ୍ରଦାନ ପାଇଁ ନୂଆଦିଲ୍ଲୀ ସ୍ଥିତ IIIDEM ରେ ଆୟୋଜିତ ମିଡିଆ ଓ କମ୍ୟୁନିକେଶନ ଅଫିସରମାନଙ୍କ ସମ୍ମିଳନୀରେ ଯୋଗଦେଇଥିବା ଅଧିକାରୀମାନେ ଫଟୋ ବୁଥ୍‌ରେ ମୁହୂର୍ତ୍ତକୁ ସ୍ମରଣୀୟ କରିଥିଲେ। ✨ #ECI #IIIDEM #ElectionCommunication #MediaOfficersConference
Strengthening election communication, sharing best practices ✨ Media officers pose at the photo booth during the Media & Communication Officers Conference at IIIDEM, New Delhi #ECI
7
12
709
ଆଜି ଅପରାହ୍ନରେ ମାନ୍ୟବର ଲୋକସଭା ସାଂସଦ ଡ଼. ରବିନ୍ଦ୍ର ନାରାୟଣ ବେହେରା ଏବଂ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
1
14
472
ଏହି ଅବସରରେ ଜିଲ୍ଲାପାଳ ସମସ୍ତ ବିଭାଗକୁ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟକ୍ରମଗୁଡ଼ିକର ସଫଳ ଆୟୋଜନ ସୁନିଶ୍ଚିତ କରିବା ସହ ସରକାରଙ୍କ ବିକାଶ ଓ କଲ୍ୟାଣମୂଳକ ପଦକ୍ଷେପକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ।
1
139
ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ମାନ୍ୟବର ସମବାୟ ମନ୍ତ୍ରୀଙ୍କ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଏବଂ ସମସ୍ତ ବ୍ଲକର ବିଡିଓମାନେ ଉପସ୍ଥିତ ଥିଲେ।
78
ତା୦୯-୦୬-୨୦୨୬ରିଖରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସୁକୁରୁଙ୍ଗୀ ମାଇନ୍ସ ପରିଦର୍ଶନ କରିବା ସହ ଏନଜିଟି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିଥିଲେ। ଖଣି କାର୍ଯ୍ୟକଳାପର ପରିବେଶ ଉପରେ ପ୍ରଭାବ, ପରିବେଶ ସୁରକ୍ଷା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ, NGT ନିର୍ଦ୍ଦେଶାବଳୀର ଅନୁପାଳନ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା।
1
9
394
ଜିଲ୍ଲାପାଳ ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶକୁ ପ୍ରାଥମିକତା ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ବନଖଣ୍ଡ ଅଧିକାରୀ, କଟକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ, OMCର ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
191
ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାରେ ଯାଜପୁରର ଗୌରବ, ଆନ୍ତର୍ଜାତିକ ଧାବିକା ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତା @DuteeChand, ସମସ୍ତ ଯୋଗ୍ୟ ଭୋଟରଙ୍କୁ ନିଜ ନାମ ଓ ତଥ୍ୟ ଭୋଟର ତାଲିକାରେ ସଠିକ୍ ଭାବେ ଯାଞ୍ଚ ଓ ଅଦ୍ୟତନ କରିବା ସହିତ ବୁଥ୍ ଲେଭେଲ୍ ଅଫିସର (BLO)ମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଜଣାଇଛନ୍ତି।
4
18
1,685
Collector & DM, Jajpur retweeted
📢 ଏପର୍ଯ୍ୟନ୍ତ ଆପଣ ପରିଗଣନା ଫର୍ମ (EF) ପାଇନାହାନ୍ତି କି? ଯଦି ଆପଣଙ୍କ ଘରକୁ ବିଏଲଓ (BLO) ଯାଇନାହାନ୍ତି କିମ୍ବା ଆପଣ ଏପର୍ଯ୍ୟନ୍ତ ପରିଗଣନା ଫର୍ମ ପାଇନାହାନ୍ତି, ତେବେ ଏହି ଭିଡିଓରେ ଦର୍ଶାଯାଇଥିବା ପ୍ରକ୍ରିୟା ଅନୁସରଣ କରି ଆପଣ ସିଧାସଳଖ ଭାବେ ନିଜ ବିଏଲଓଙ୍କ ସହ ଯୋଗାଯୋଗ କରିପାରିବେ। ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନିଅନ୍ତୁ ଏବଂ ଏକ ସଠିକ୍, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରନ୍ତୁ। 📢 Haven’t Received Your Enumeration Form Yet? If your BLO has not visited your home or you have not received your Enumeration Form (EF) under the Special Intensive Revision (SIR) 2026 exercise, you can directly contact your Booth Level Officer (BLO) through the process shown in this video. Stay informed, stay involved, and ensure your participation in maintaining an accurate and updated electoral roll. @ECISVEEP @PIB_India @IPR_Odisha @DDNational @dd_odia @MyGovOdia #SIR2026 #ElectionCommission #BLO #EnumerationForm #ElectoralRoll #VoterAwareness #Odisha #SIR2026Odisha
28
43
3,087
ଜିଲ୍ଲାରେ #SIR2026 ପ୍ରକ୍ରିୟା ସଫଳତାର ସହ ଆଗେଇ ଚାଲିଛି। ବିଏଲଓମାନେ ଘରେ ଘରେ ପହଞ୍ଚି ପରିଗଣନା ଫର୍ମ ବଣ୍ଟନ କରୁଥିବାବେଳେ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୧.୪୯ ଲକ୍ଷରୁ ଅଧିକ ଫର୍ମ ବଣ୍ଟନ ହୋଇସାରିଛି। ବର୍ତ୍ତମାନ ସୁଧା ୭୪.୭୯% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଏବଂ ୪୯,୬୩୯ଟି ଫର୍ମ ଡିଜିଟାଇଜ୍ କରାଯାଇଛି।
1
7
231
ତା ୦୮-୦୬-୨୦୨୬ରିଖରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ଫର୍ମ ବଣ୍ଟନ କାର୍ଯ୍ୟର ତଦାରଖ କରିଥିଲେ। ବୁଥ୍ ନଂ-୮୪ରେ ଶତପ୍ରତିଶତ ଫର୍ମ ବଣ୍ଟନ ସଫଳତାର ସହ ସମ୍ପନ୍ନ କରିଥିବା ବିଏଲଓ ଶ୍ରୀ ସ୍ମୃତି ରଞ୍ଜନ ସାହାଣୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।
2
102