ଭେଷଜଜ୍ଞ ଓ ପରୀକ୍ଷାଗାର ପ୍ର।ଯୁକ୍ତିକ (ଟେକ୍ନିସିଆନ୍) ମାନଙ୍କ ନିମନ୍ତେ ଏକ ଦୁଇ ଦିନିଆ ଦିଗବିନ୍ୟାସ ତାଲିମ କର୍ମଶାଳା ଉଦଘାଟିତ
ତା. ୧୧ .୦୩ .୨୦୨୫, ଭୁବନେଶ୍ବର
ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ରାଜ୍ୟରେ ଅବସ୍ଥାପିତ କର୍ମଚାରୀ ରାଜ୍ୟ ବୀମା ଯୋଜନା ଡାକ୍ତରଖାନାର ଭେଷଜଜ୍ଞ ଓ ପରୀକ୍ଷାଗାର ପ୍ର।ଯୁକ୍ତିକ (ଟେକ୍ନିସିଆନ୍) ମାନଙ୍କ ନିମନ୍ତେ ଏକ ଦୁଇ ଦିନିଆ ଦିଗବିନ୍ୟାସ ତାଲିମ କର୍ମଶାଳା ଲୋକସେବା ଭବନର କନଭେନସନ କେନ୍ଦ୍ରରେ ଉଦଘାଟିତ ହୋଇଯାଇଛି।
ଏହି ତାଲିମ କର୍ମଶାଳାକୁ ଶ୍ରମ ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ଉଦଘାଟନ କରିଥିଲେ । ମଧୁମିତା ନାୟକ, ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ, କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ଓ ଶ୍ରୀ ରାଜେଶ କୁମାର ଅଗ୍ରୱାଲା, ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ରାଜ୍ୟ ଶ୍ରମ ସଂସ୍ଥାନ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନୀତି ରଂଜନ ସେନ୍ କର୍ମଶାଳ।କୁ ସଂଚାଳନ କରିଥିଲେ । ଡାକ୍ତର ସ୍ଵତେଲୀନା ଅ।ଶେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଅତିଥି ମାନେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ର ଦକ୍ଷତା ବିକାଶ କୁ ସୁଦୃଢ଼ କରିବା ନିମନ୍ତେ ମତାମତ ଦେଇଥିଲେ।
ଏହି କର୍ମଶାଳା ରେ ସମୁଦାୟ ୩୦ ଜଣ କର୍ମଚାରୀ ଯୋଗଦାନ କରିଥିଲେ ।
#LabourESIDepartment #SkillDevelopmentHealthcare #PharmacistsAndLabTechnicians #OdishaHealthcare #QualityHealthcare #SkillDevelopmentProgram #LokSevaBhavan #ESIHealthWorkers #StateLabourInstitute