ଓଡ଼ିଶାରେ ଆମ ସରକାରଙ୍କର ସଫଳତାମୟ ଯାତ୍ରାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ଭଦ୍ରକ ଜିଲ୍ଲା ସହିଦ ସ୍ମୃତି ଭବନ (ଟାଉନ ହଲ୍) ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ସରକାରୀ ଅଧିକାରୀ, ଦିବ୍ୟାଙ୍ଗ ଓ କୃଷକମାନଙ୍କୁ ସମ୍ମାନିତ କଲୁ। ଜନକଲ୍ୟାଣ, ମହିଳା ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ ଓଡ଼ିଶା ଗଠନ ଦିଗରେ ମିଶନ ଶକ୍ତି ସମେତ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି।