କେନ୍ଦ୍ର ଗୃହ ମନ୍ତ୍ରୀ, ମାନେ ମୋଟା ଭାଇ ବି
#ଶଳା କହିଛନ୍ତି ସଂସଦ ରେ...
ବିଧାନସଭା ଭଳି ଗରିମାମୟ ଏବଂ ପବିତ୍ର ସ୍ଥାନରେ ବିଜେଡି ନେତାଙ୍କ ଏଭଳି ଜାତିଗତ ଟିପ୍ପଣୀ ଅତ୍ୟନ୍ତ ନିନ୍ଦନୀୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଭୂମି ଓଡିଶାରେ ଏଭଳି ବିଭାଜନକାରୀ ରାଜନୀତିର କୌଣସି ବି ସ୍ଥାନ ନାହିଁ । ବିଜେଡି ନେତାଙ୍କ ଏଭଳି ବକ୍ତବ୍ୟ କେବଳ ସେହି ନେତାଙ୍କ ନୁହେଁ, ବରଂ ତାଙ୍କ ଦଳର ଘୃଣ୍ୟ ଏବଂ କୁତ୍ସିତ ମାନସିକତାକୁ ଦର୍ଶାଉଛି । ଆମ ଓଡ଼ିଶା ସବୁବେଳେ ଆସ୍ଥା, ସଦଭାବ ଏବଂ ଏକତା ଉପରେ ବିଶ୍ବାସ ରଖିଆସିଛି, ମାତ୍ର ବିଜେଡି ନେତାଙ୍କ ପବିତ୍ର ଗୃହରେ ଜାତିଆଣ ଭେଦଭାବ, ଲୋକତନ୍ତ୍ରର ମର୍ଯ୍ୟାଦା ପ୍ରତି ସିଧାସଳଖ ଅପମାନ ।
ଯେଉଁ ଜଗନ୍ନାଥଙ୍କ ମନ୍ଦିରରେ କେବଳ ବ୍ରାହ୍ମଣ ସେବକ ନୁହେଁ, ଶବର ବି ସେବା ଦେବାର ଅଧିକାର ପାଇଛନ୍ତି, ଯେଉଁ ମାଟିରୁ ଚାଖି ଖୁଣ୍ଟିଆ ଭଳି ସଂଗ୍ରାମୀ ରାଷ୍ଟ୍ରହିତରେ କ୍ଷତ୍ରିୟ ସାଜି ଦେଶପାଇଁ ଲଢିଛନ୍ତି, ସେହି ମାଟିରେ ବିରୋଧୀ ଦଳର ନେତାମାନେ ନିଜ ରାଜନୈତିକ ମସୁଧା ହାସଲ କରିବା ପାଇଁ ଯେଉଁଭଳି ଅଶୋଭନୀୟ ଆଚରଣ କରୁଛନ୍ତି, ତାହା କେବଳ ଆତ୍ମଘାତି ସାବ୍ୟସ୍ତ ହେବ । ଏଭଳି ହିନ ମନ୍ତବ୍ୟ ପାଇଁ ବିଜେଡି ବିଧାୟକ ଓ ତାଙ୍କ ଦଳଙ୍କୁ ଓଡିଶାବାସୀ କେବେ ବି କ୍ଷମା ଦେବେ ନାହିଁ।