OFSDP-II | Flagship initiative of OFSDS under FE&CC Dept., Govt of Odisha with JICA support; strengthening forest ecosystems & sustainable livelihoods.

Joined April 2023
22 Photos and videos
ରାଜ୍ୟ ସରକାରଙ୍କ ସଫଳତାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର ସମାରୋହ। ଏଠାରେ ମୁଖ୍ୟ ଆକର୍ଷଣ ସାଜିଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ - ଦ୍ବିତୀୟ ପର୍ଯ୍ୟାୟ ଅଧୀନରେ ପଡ଼ିଥିବା ସ୍ୱତନ୍ତ୍ର ଷ୍ଟଲ୍। ବନ ସୁରକ୍ଷା ସମିତିର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଓ ପ୍ରାକୃତିକ କୃଷିଜାତ ସାମଗ୍ରୀ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଏହି ଅବସରରେ ଷ୍ଟଲ ପରିଦର୍ଶନ କରି ଓଏଫଏସଡିଏସର ଯୁଗ୍ମ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ରିଙ୍କୁ କୁମାରୀ କହିଛନ୍ତି, "ଆମର ମୂଳ ଲକ୍ଷ୍ୟ ହେଉଛି ବନାଞ୍ଚଳ ଅଧିବାସୀଙ୍କୁ ଏକ ସ୍ଥାୟୀ ବଜାର ସଂଯୋଗ ଯୋଗାଇ ଦେବା। ଆଗାମୀ ଦିନରେ ଏହି ଉତ୍ପାଦଗୁଡ଼ିକୁ ଡିଜିଟାଲ୍ ଓ ଅନଲାଇନ୍ ମାର୍କେଟିଂ ମାଧ୍ୟମରେ ସମଗ୍ର ଭାରତ ଓ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ।" #OFSDP #TribalProducts #RuralLivelihoods #InclusiveGrowth #LocalToGlobal #OdishaForests #SustainableForestry #CommunityDevelopment @CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @IfsRinku
2
2
27
The OFSDP-II stall at the ongoing five-day exhibition at IDCO Ground, Bhubaneswar, set up on the occasion of 2nd anniversary of Odisha Government led by Hon’ble Chief Minister Shri Mohan Charan Majhi is providing a unique opportunity for tribal and agricultural producers to display and promote their indigenous products. Visiting the stall, Smt. Rinku Kumari, Joint Project Director, OFSDS, said that the programme aims to strengthen market linkages for the producers and explore digital and online marketing avenues to expand their reach across India and global markets.
32
On occasion of the completion of two years of the Odisha Government under the leadership of Hon'ble Chief Minister Shri Mohan Charan Majhi, OFSDP-II has set up a vibrant exhibition-cum-sale stall showcasing a rich array of forest and agriculture-based products brought by members of Vana Surakhya Samitis (VSSs). Members from Karanjia, Dhenkanal, Rairangpur and Boudh Multi-Product Clusters are participating in the five-day exhibition, which commenced today. Visitors can explore and purchase a variety of locally produced items, including honey, sal resin (jhuna), pickles, turmeric, basmati rice, sesame oil, mustard oil and many other value-added products. The exhibition offers VSS members from across Odisha a platform to showcase their products, connect with consumers, and expand market opportunities. It will help promote local enterprises, strengthen livelihoods, and enhance incomes of forest-dependent communities. #2YearsofLokankaSarakar #BikasharaDharaOdishaSara #OFSDP #OdishaForests #SustainableForestry #CommunityDevelopment @CMO_Odisha @MohanMOdisha @GaneshRamBJP @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
4
66
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ 'ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ' ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 'ମା’ ପାଇଁ ଗଛଟିଏ' ଅଭିଯାନରେ ବୃକ୍ଷ ରୋପଣ କରିବା ସହ ବିଭାଗୀୟ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ 'ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–ଦ୍ଵିତୀୟ ପର୍ଯ୍ୟାୟ' ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍‌ ସ୍ଥାନ ପାଇଥିଲା। ବନ ସୁରକ୍ଷା ସମିତି(ଭିଏସଏସ)ର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟର ପ୍ରଦର୍ଶନୀ ଏଠାରେ କରାଯାଇଥିଲା। ଏହା ସ୍ଥାନୀୟ ସମ୍ବଳର ଉପଯୋଗ ଓ ମହିଳା ସଶକ୍ତୀକରଣର ଏକ ଉତ୍କୃଷ୍ଟ ଉଦାହରଣ ପାଲଟିଥିଲା। ମାନ୍ୟବର ମନ୍ତ୍ରୀ ଶ୍ରୀ ଏହି ଷ୍ଟଲ୍‌ ପରିଦର୍ଶନ କରିବା ସହ ଭିଏସଏସ ସଦସ୍ୟଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ସ୍ଥାନୀୟ ବନବାସୀଙ୍କ ଜୀବିକାକୁ ସଶକ୍ତ କରିବା ଲକ୍ଷ୍ୟରେ ପ୍ରକଳ୍ପ ଅଧୀନରେ ୬ଟି ବହୁମୁଖୀ ଉତ୍ପାଦ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ବେଳେ, ଆଉ ୩ଟି କେନ୍ଦ୍ର ସ୍ଥାପନ କରିବା ପାଇଁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଡକ୍ଟର କେ. ମୁରୁଗେଶନ ଏବଂ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ନୋଡାଲ୍) ତଥା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–ଦ୍ଵିତୀୟ ପର୍ଯ୍ୟାୟର ନିର୍ଦ୍ଦେଶକ ଶ୍ରୀ ଜି. ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ। #OdishaForests #SustainableForestry #CommunityDevelopment @CMO_Odisha @GaneshRamBJP @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
1
7
56
At the State-Level #WorldEnvironmentDay celebration in Bhubaneswar, organised by the #Odisha Forest, Environment & Climate Change Department, OFSDP-II proudly showcased how forest communities are turning conservation into opportunity and change on the ground. Hon’ble Minister Shri Ganesh Ram Singhkhuntia marked the occasion by participating in the “Ek Ped Maa Ke Naam” plantation drive and inaugurating the Departmental exhibition. He also visited the #OFSDP-II stall, where he viewed a wide range of products prepared by members of Vana Surakhya Samitis and appreciated their efforts in promoting a greener, more self-reliant future. The exhibition showcased sustainable use of forest resources in creating new avenues of livelihoods, empowering women, strengthening local economies, and promoting conservation-led development. Under OFSDP-II, six Multi-Product Clusters (MPCs) have been established, under which six multi-product companies are currently operational in Odisha. They are supporting value addition and improving market linkages for forest-based enterprises. Building on this progress, preparations are underway to establish three more MPCs in the coming days. Shri Bhaskar Jyoti Sarma, Principal Secretary, FE&CC, Dr. K. Murugeshan, Principal Chief Conservator of Forests & HoFF, and Shri G. Rajesh, Additional PCCF (Nodal) & Director, OFSDP-II, among others, attended the event.
1
75
This #WorldEnvironmentDay, Odisha celebrates a remarkable green transformation through #OFSDP-II, which has restored over 56,000 hectares of land through plantation, preservation, and soil and moisture conservation initiatives. Reflecting this year's theme, "Inspired by Nature. For Climate. For Our Future," these efforts are strengthening ecosystems, enhancing climate resilience, and creating sustainable livelihood opportunities for communities across the state. Under the State Forest, Environment and Climate Change Department, #OFSDP-II remains committed to safeguarding #Odisha's natural heritage. Let us continue this collective mission to nurture our planet and secure a sustainable tomorrow. #OdishaForests #SustainableForestry #CommunityDevelopment @CMO_Odisha @GaneshRamBJP @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
3
8
125
ବିଶ୍ୱ ପରିବେଶ ଦିବସ ଅବସରରେ, ବନବାସୀ ସମ୍ପ୍ରଦାୟଙ୍କ ଅର୍ଥନୈତିକ ସଶକ୍ତିକରଣକୁ ଗତିଶୀଳ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଜ୍ୟରେ ୮ଟି ନୂତନ ବହୁମୁଖୀ ଉତ୍ପାଦ କେନ୍ଦ୍ରର ଶିଳାନ୍ୟାସ କରିବେ। • ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–ଦ୍ଵିତୀୟ ପର୍ଯ୍ୟାୟ ଅଧୀନରେ: ଘୁମୁସର ଦକ୍ଷିଣ ବନଖଣ୍ଡରେ 'ଡାଲି ଜାତୀୟ ଶସ୍ୟ କ୍ଲଷ୍ଟର', ଆଠମଲ୍ଲିକ ବନଖଣ୍ଡରେ 'ଝୋଟ ଜାତୀୟ ପଦାର୍ଥ କ୍ଲଷ୍ଟର' ଏବଂ ଘୁମୁସର ଉତ୍ତର ବନଖଣ୍ଡରେ 'ଖାଦ୍ୟ ସାମଗ୍ରୀ କ୍ଲଷ୍ଟର' ସ୍ଥାପିତ ହେବ। • ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି (ଓଏଫଏସଡିଏସ) ଏବଂ ଓମ୍ବାଡସି ସହଯୋଗରେ: କେନ୍ଦୁଝର, କେନ୍ଦୁଝର ବନ୍ୟପ୍ରାଣୀ, ବଣାଇ, ଦେବଗଡ଼ ଏବଂ ରାଉରକେଲା ବନଖଣ୍ଡରେ ମଧ୍ୟ ନୂତନ ବହୁମୁଖୀ ଉତ୍ପାଦ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ବନବାସୀ ସମ୍ପ୍ରଦାୟଙ୍କ ଜୀବିକାକୁ ସୁଦୃ଼ଢ଼ କରିବା ଏବଂ ବନାୟନ ପ୍ରକଳ୍ପକୁ ଆହୁରି ସଶକ୍ତ କରିବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। #OFSDP #MultiProductClusters #OdishaForests #SustainableForestry #CommunityDevelopment @CMO_Odisha @MohanMOdisha @GaneshRamBJP @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @OMBADC1
1
2
10
98
On this #WorldEnvironmentDay, Hon’ble Chief Minister Shri Mohan Charan Majhi will lay the foundation stones for 8 new Multi Product Clusters (MPCs), marking a major milestone in #Odisha's journey towards empowering forest-dependent communities and strengthening the green economy. While 3 MPCs will be established under OFSDP-II, 5 additional clusters will be developed through OFSDS–OMBADC, unlocking the economic potential of forest resources across the State. Under the Department of Forest, Environment & Climate Change, these clusters will open new avenues for value addition, entrepreneurship, job creation, and sustainable livelihoods.
1
2
51
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବନାଞ୍ଚଳ ଅନ୍ତର୍ଗତ ଟାଙ୍ଗରଡିହି ବନ ସୁରକ୍ଷା ସମିତିର (ଭିଏସ୍‌ଏସ୍) ସଦସ୍ୟା ପୂର୍ଣ୍ଣମୀ ନେଗୀ ଶାଳପତ୍ରରୁ ଖଲି ଓ ଦନା ପ୍ରସ୍ତୁତ କରି ପାଇଛନ୍ତି ନୂଆ ଜୀବିକା। •ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର (ଦ୍ୱିତୀୟ ପର୍ଯ୍ୟାୟ) ପ୍ରୋତ୍ସାହନ •ଭିଏସଏସ ଆବର୍ତ୍ତନ ପାଣ୍ଠିରୁ ପୂର୍ଣ୍ଣମୀଙ୍କୁ ୫ ହଜାର ଟଙ୍କାର ଋଣ ସହାୟତା •ଖଲି ଓ ଦନାରୁ ମାସିକ ୪ରୁ ୫ ହଜାର ଟଙ୍କା ରୋଜଗାର କରୁଛନ୍ତି ପୂର୍ଣ୍ଣମୀ ସ୍ୱାମୀଙ୍କ ପରଲୋକ ପରେ କୃଷି କାର୍ଯ୍ୟ, ଦିନ ମଜୁରି ଓ ବନଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଥିବା ପୁର୍ଣ୍ଣମୀଙ୍କୁ ଏବେ ମିଳିଛି ଜୀବିକାର ନୂଆ ରାହା। #OFSDP #OdishaForests #SustainableForestry #CommunityDevelopment #Sundargarh @CMO_Odisha @GaneshRamBJP @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @DfoSundargarh @DMSundargarh
7
113
ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (୨ୟ ପର୍ଯ୍ୟାୟ) ଅଧୀନରେ ଗ୍ରାମୀଣ ମହିଳା ଓ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଏହି ଯୋଜନା ମାଧ୍ୟମରେ ୧୨ ଜିଲ୍ଲାରେ ମୋଟ ୧,୨୧୦ଟି ‘ବନ ସୁରକ୍ଷା ସମିତି ଗୃହ ଏବଂ ରୋଜଗାର ବୃଦ୍ଧି କାର୍ଯ୍ୟକ୍ରମ ସୁବିଧା କେନ୍ଦ୍ର’ ନିର୍ମାଣ କରାଯାଉଛି। ଏହି ବହୁମୁଖୀ କେନ୍ଦ୍ରଗୁଡ଼ିକ ମାଧ୍ୟମରେ ସ୍ଥାନୀୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ପ୍ରକାରର ଜୀବିକା ନିର୍ବାହ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସିଲେଇ ଶିକ୍ଷା, ଛତୁ ଚାଷ, ଖଲିପତ୍ର ଓ ଝାଡ଼ୁ ପ୍ରସ୍ତୁତି ଭଳି ବିଭିନ୍ନ ରୋଜଗାରକ୍ଷମ କାର୍ଯ୍ୟକ୍ରମ ଦ୍ଵାରା ଆଜି ଗ୍ରାମୀଣ ମହିଳାମାନେ ସ୍ଵାବଲମ୍ବୀ ହୋଇପାରିଛନ୍ତି। ଏଥିସହ ଜଙ୍ଗଲରୁ ସଂଗୃହିତ ଲଘୁ ବନଜାତ ଦ୍ରବ୍ୟର ସଂରକ୍ଷଣ ଏବଂ ସେଗୁଡ଼ିକୁ ଶୁଖାଇବା ପାଇଁ ଏହି କେନ୍ଦ୍ରରେ ସୁବିଧା ରହିଛି। ତା' ସହ ସ୍ଵତନ୍ତ୍ର ଗ୍ରାମସଭା, ସ୍ଵାସ୍ଥ୍ୟ ଶିବିର, ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀକାଳୀନ ଆଶ୍ରୟସ୍ଥଳୀ ଭାବେ ଏହି ଆଧୁନିକ ଭିତ୍ତିଭୂମିକୁ ବ୍ୟବହାର କରାଯାଉଛି। #OFSDP #OdishaForests #SustainableForestry #CommunityDevelopment #VSSBuilding #IGAFacilitationCentre @CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
2
9
204
From aspiration to action, resilience to leadership, #OFSDP-II is redefining women-led development in #Odisha. Under the project, 4406 Women SHGs have earned sustainable livelihoods, strengthening rural economies, & becoming champions of self-reliance and environmental stewardship. With ₹31.39 Crore disbursed as revolving fund support till March 2026, and a remarkable 72.74% repayment rate, the project has benefitted 38,147 females transforming their lives into entrepreneurs, change-makers, and architects of a greener future. #OdishaForests #SustainableForestry #CommunityDevelopment @CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha
1
6
139
ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଭଞ୍ଜନଗର ବ୍ଲକ ଛକଠାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (୨ୟ ପର୍ଯ୍ୟାୟ) ଅଧୀନରେ ଏକ ‘ବନାୟନ ମିଲେଟ୍ କାଫେ’ ଖୋଲାଯାଇଛି। ଗତ ବୁଧବାର ଦିନ ଏହାକୁ ଭଞ୍ଜନଗରର ମାନ୍ୟବର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଉଦଘାଟନ କରିଛନ୍ତି। ମା' ଭୂୟାଣୀ ବନ ସୁରକ୍ଷା ସମିତି ଅଧୀନସ୍ଥ ମା' ଭବାନୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ହାତରେ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇ ସେମାନଙ୍କ ଜୀବିକା ସୁନଶ୍ଚିତ କରାଯାଉଛି। ଏହି କାଫେରେ ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ତଥା ପୁଷ୍ଟିକର ଜଳଖିଆ ମିଳିବ। ଏହାସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବନ ସୁରକ୍ଷା ସମିତି ପକ୍ଷରୁ ପ୍ରସ୍ତୁତ ଲଘୁଜାତ ବନ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରୟ କରାଯିବ। ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ନୀଳମାଧବ ପାତ୍ର, ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଏହି ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: youtu.be/DHE6zU2uK3s #OFSDP #OdishaForests #SustainableForestry #CommunityDevelopment #BanayanMilletCafe #Ganjam @CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @ghumsurnorth
6
115
ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କୁକୁଡ଼ା ପାଳନ ଭଳି ଏକ ଲାଭଜନକ ଚାଷକୁ ଆପଣାଇଛନ୍ତି। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (୨ୟ ପର୍ଯ୍ୟାୟ) ଅଧୀନସ୍ଥ କୁରାଡ଼ିହା ବନ ସୁରକ୍ଷା ସମିତିର ଆର୍ଥିକ ସହାୟତାରେ ବନରାଜ କୁକୁଡ଼ା ପାଳନ କରି ଆଜି ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। କୁକୁଡ଼ା ପାଳନ ପାଇଁ ରାଧାକୃଷ୍ଣ ଏସଏଚଜିକୁ କୁରାଡ଼ିହା ବନ ସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠିରୁ ୫୦ ହଜାର ଟଙ୍କାର ୠଣ ସହାୟତା ମିଳିଥିଲା। ଏଥିରେ ସେ ଚିଆଁ ସହିତ ଖାଦ୍ୟ, ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀ କିଣିଥିଲେ। ତା’ସହ କୁକୁଡ଼ା ପାଳନ ପାଇଁ ସେମାନଙ୍କୁ ପ୍ରାଣିଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ବୈଷୟିକ ସହାୟତା ଦିଆଯାଇଥିଲା। ଗତ ତିନି ବର୍ଷ ମଧ୍ୟରେ କୁକୁଡ଼ା ଓ ଅଣ୍ଡା ବିକ୍ରୟ କରି ଏହି ଏସଏଚଜି ମହିଳାମାନେ ୨ ଲକ୍ଷ ୮୦ ହଜାର ଟଙ୍କାରୁ ଅଧିକ କାରବାର କରିପାରିଛନ୍ତି। ଏହା ସେମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। #OFSDP #OdishaForests #SustainableForestry #CommunityDevelopment #Mayurbhanj @CMO_Odisha @GaneshRamBJP @moefcc @ForestDeptt @IPR_Odisha @SecyChief @DC_Odisha @pccfodisha @jica_direct_en @CAMPAOdisha @farddepartment @BaripadaT
11
118
ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (୨ୟ ପର୍ଯ୍ୟାୟ) ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ ବନଖଣ୍ଡର ବିର୍ତୋଳା ବନ ସୁରକ୍ଷା ସମିତି ଅନ୍ତର୍ଗତ ମା’ ସନ୍ତୋଷୀ ଏସଏଚଜି ଏବଂ ମୀରା ଏସଏଚଜିର ସଦସ୍ୟାମାନେ ମାଛଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି।
1
6
132
୩ ବର୍ଷ ମଧ୍ୟରେ ପ୍ରତି ଏସଏଚଜି ୯ କୁଇଣ୍ଟାଲ ମାଛ ଅମଳ କରିବା ସହ ୧ ଲକ୍ଷ ୨୦ ହଜାର ଟଙ୍କାର ଲାଭ ପାଇଛନ୍ତି। ଏହାଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ହେବା ସହ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। #OFSDP #OdishaForests #SustainableForestry #CommunityDevelopment #Sundargarh
1
1
99
Through sustainable ecosystem management and community-driven conservation efforts, OFSDP-II is strengthening safe habitats and resilient ecological corridors for migratory birds that journey thousands of kilometres across continents to #Odisha’s famed wetlands.
1
9
123
On #WorldMigratoryBirdDay, let us renew our collective commitment to protect these vital wetlands and preserve the rich biodiversity that welcomes and sustains these magnificent avian visitors. #WetlandConservation #MigratoryBirds
1
4
85