ଛତିଶଗଡ଼ରେ ଅନୁଷ୍ଠିତ ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬ରେ ଓଡ଼ିଶାର କ୍ରୀଡ଼ାବିତ୍ମାନଙ୍କ ଅସାଧାରଣ ସଫଳତା ସମଗ୍ର ରାଜ୍ୟ ପାଇଁ ଏକ ଗୌରବର ମୁହୂର୍ତ୍ତ। ଆମର ଜନଜାତି ପ୍ରତିଭାମାନେ ସନ୍ତରଣ କ୍ଷେତ୍ରରେ ୪ଟି ସ୍ୱର୍ଣ୍ଣ ଓ ୭ଟି କାଂସ୍ୟ ସହ ମୋଟ ୧୧ଟି ପଦକ ଏବଂ ଭାରୋତ୍ତୋଳନରେ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ମୋଟ ୬ଟି ପଦକ ଜିତି ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିଫଳନ। ଏହି କୃତିତ୍ୱ ପାଇଁ ମୁଁ ସମସ୍ତ ବିଜୟୀ କ୍ରୀଡ଼ାବିତ୍ଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
🏅✨
"Odisha’s athletes have brought immense pride to our state at the first Khelo India Janjati Games 2026 in Chhattisgarh. With 11 medals in swimming (4 Gold, 7 Bronze) and 6 medals in weightlifting (2 Gold, 2 Silver, 2 Bronze), they have proven their dedication, resilience, and excellence on the national stage.
I extend my heartfelt congratulations to each of our champions. Your success is not only a personal triumph but a shining moment of glory for all of Odisha. May your journey continue to inspire and lead to an even brighter future.
#OdishaPride #KheloIndia2026 #TribalTalent #SportsForUnity"