ଆଜି ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଗୋପାଳପୁର ଦ୍ୱିତୀୟ ବେଳାଭୂମି ଓ ବିଚ୍ ଫ୍ରଣ୍ଟ ବିକାଶ ପ୍ରକଳ୍ପର ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କଲି। ଗଞ୍ଜାମର ଗୌରବ ଗୋପାଳପୁର-ଅନ-ସି କୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। ୩୨.୦୮ କୋଟି ଟଙ୍କା ବ୍ୟୟରେ ୨.୩ କିଲୋମିଟର ବ୍ୟାପୀ ବିଚ୍ ଫ୍ରଣ୍ଟ କରିଡରରେ ଆଧୁନିକ ପ୍ରୋମେନେଡ୍, ୱାକୱେ, ଭ୍ୟୁଇଂ ଡେକ୍, ପାର୍କିଂ ବ୍ୟବସ୍ଥା, ଶିଶୁ କ୍ରୀଡ଼ା କ୍ଷେତ୍ର, ଲାଇଫଗାର୍ଡ ସୁବିଧା, ଗ୍ରୀନ୍ କରିଡର ଓ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱିତ ବିକାଶ କରାଯାଉଛି।
ଏହି ପ୍ରକଳ୍ପ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା, ରୋଜଗାର ସୁଯୋଗ ବୃଦ୍ଧି, ପର୍ଯ୍ୟଟନର ପ୍ରସାର ଏବଂ ଉପକୂଳ ଅଞ୍ଚଳର ସାମଗ୍ରିକ ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝିଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ, ଆଧୁନିକ ଓ ଆକର୍ଷଣୀୟ କରିବା ଦିଗରେ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଏହି ଅବସରରେ ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ,ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ୍, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ସାରାଭାନା ବିବେକ ଏମ୍. ,ବ୍ରହ୍ମପୁର ମହାନଗର ନିଗମର କମିଶନର ତଥା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଶ୍ରୀମତୀ ଏ. ଶସ୍ୟା ରେଡ୍ଡୀ,ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ସଚ଼ିବ ଶ୍ରୀ ରମେଶ ହାଁସଦା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସଚ୍ଚିଦାନନ୍ଦ ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସମୀର କୁମାର ଜେନା, ଗଞ୍ଜାମ ଜିଲ୍ଲା ଭାଜପା ସଭାପତି ଶ୍ରୀ ସରୋଜ ସାବତଙ୍କ ସମେତ ବିଭାଗୀୟ ଅଧିକାରୀ,ସ୍ଥାନୀୟ ଜନପ୍ରତିନିଧି ଓ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
@PMOIndia
@CMO_Odisha
@narendramodi
@NitinNabin
@MohanMOdisha
@nitin_gadkari
@SamalManmohan7
@PWD_Odisha
#ViksitOdisha #GopalpurBeach #TourismDevelopment #OdishaTourism #DevelopmentForPeople #Ganjam #BeachfrontDevelopment